ଏହି ସମୟରେ ପିଲାଙ୍କୁ ଦିଆଯିବ ଟିକା

0 72

ଭୁବନେଶ୍ୱର: ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ୧୫ରୁ ୧୮ ବର୍ଷର ପିଲାଙ୍କ ପାଇଁ ଡ଼େଡ଼ିକେଟେଡ଼ ସାଇଡ଼ ଖୋଲିବା ସହିତ ସେଠାରେ ଦିନ ତମାମ ଟିକାକରଣ ଜାରି ରହିବ । ଯେଉଁ ଟିକାକରଣ କେନ୍ଦ୍ର ଗୁଡ଼ିକ ପୂର୍ବରୁ ଅଛି ସେଠି ସକାଳ ୮ଟାରୁ ଦିନ ଗୋଟାଏ ସୁଦ୍ଧା କେବଳ ପିଲାଙ୍କୁ ଟିକା ଦିଆଯିବ । ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ ।
୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି ସେମାନେ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି । ଆଧାର କାଡ଼ ନଥିଲେ ସ୍କୁଲ କାର୍ଡ଼ ଦେଖାଇ ପିଲା ଟିକା ପଂଜିକରଣ କରିପାରିବେ । ପ୍ରଥମ ଡ଼ୋଜ ଟିକାକରଣ ପାଇଁ ଏବେ ବି ୩୪ ଲକ୍ଷ ଲୋକ ବାକି ଅଛନ୍ତି । ୨୯ ଲକ୍ଷ ଲୋକ ଦ୍ୱିତୀୟ ଡ଼ୋଜ ଟିକା ନେବା ପାଇଁ ବାକି ଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ବୁଷ୍ଟର ଡ଼ୋଜ୍ ନେବା ପାଇଁ ୬୦ ବର୍ଷରୁ ଅଧିକ ବୟସ୍କ କ୍ୟକ୍ତିଙ୍କୁ କୌଣସି ଡ଼କ୍ତରୀ ସାଟଇର୍ଫିକେଟ୍ ଦରକାର ନାହିଁ । ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇ ପାରିବେ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

hiranchal ad1
Leave A Reply

Your email address will not be published.

fifteen − 5 =