ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମ ବାଣୀ

0 73

ବରଗଡ : ବରଗଡ଼ ଜିଲ୍ଲାରେ ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମ ବାଣୀ, ଆଜି ଘେଁସ ଗ୍ରୀଡ଼ ଅଞ୍ଚଳର ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ସ୍ମାର୍ଟ ମିଟରରେ ବିଲ ଦେବୁ ନାହିଁ କହି ନିଜନିଜ ଘରେ ବା ଜମିରେ ଲାଗିଥିବା ସ୍ମାର୍ଟ ମିଟର ଖୋଲି ଆଣି ଗ୍ରୀଡ଼ ଠାରେ ଫେରାଇ ଦେଇଛନ୍ତି ଏବଂ ସବୁ ସ୍ମାର୍ଟ ମିଟର ଖୋଲି ଆଣିବାକୁ ଟାଟା ପାୱାର କର୍ମଚାରୀ ମାନଙ୍କୁ ଚେତାବନୀ ଦେଇଛନ୍ତି। ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଡାକରାରେ ମୁରଲୀ ଭୋଇଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାର ସବୁ ବ୍ଲକ କୃଷକ ସଙ୍ଗଠନ ମାନେ ଯୋଗ ଦେଇଥିଲେ। ପ୍ରଥମେ ହାଇସ୍କୁଲ ପଡିଆ ଠାରେ ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ବୀର ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ହଜାର ହଜାର ବିଦ୍ୟୁତ ଉପଭୋକ୍ତା ମାନେ ଟାଟା କମ୍ପାନୀ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ଥିଲେ। ପାଖାପାଖି ୧୫ ଟି ପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ୱ ମିଟର ଆଣି ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ଗ୍ରୀଡ଼ ସମ୍ମୁଖରେ ରଖିଦେଇଛନ୍ତି। ଗ୍ରୀଡ଼ ସମ୍ମୁଖରେ ଗୋଟିଏ ପଥପ୍ରାନ୍ତ ସଭା ମଧ୍ୟ ହେଲା। ଯେଉଁଥିରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, କୌଶଳ ସେନା ସୁଶାନ୍ତ ମିଶ୍ର, କୁଦାର୍ଥ ପଧାନ, ଭେଡେନ କୃଷକ ସଂଗଠନରେ ସୁଦାମ ପାତ୍ର, କୃଷକ ପରିବାରର ଶାନ୍ତନୁ ମାଝୀ, ବିଜେପୁର କୃଷକ ସଂଗଠନର ସୁବାସ ପଧାନ, କେନ୍ଦ୍ରପାଳିର ଭଗବାନ ପଧାନ, ରାଜ ବୋଡାସମ୍ବର କୃଷକ ସଂଗଠନର ଅରବିନ୍ଦ ପଣ୍ଡା, ଲିଙ୍ଗରାଜ ପଧାନ, କୈଳାଶ ବାରିକ, କାହ୍ନୁ ମେହେର,ବୈଲୋଚନ ପଧାନ ଚାଷୀ ନେତା ମାନେ ବକ୍ତବ୍ୟ ରଖି ଏହି ଆନ୍ଦୋଳନ କୁ ଆହୁରୀ ଦୁର୍ବାର ଏବଂ ପ୍ରଭାବ ଶାଳୀ କରିବା ପାଇଁ ନିବେଦନ କରିଛନ୍ତି। ବିଦ୍ୟୁତ ସମସ୍ୟା ନୁଆଁ ନୁହେଁ ବା ଏହି  ଆନ୍ଦୋଳନ ପ୍ରଥମ ନୁହେଁ। ପ୍ରତେକ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋ ଭୋଲଟାଜ, ଅଘୋଷିତ ବିଦ୍ୟୁତ କାଟ ବା ସ୍ମାର୍ଟ ମିଟରକୁ ନେଇ ଆନ୍ଦୋଳନ, ଦାବିପତ୍ର ପ୍ରଦାନ, ଆଲୋଚନା ପ୍ରକ୍ରିୟା ହୋଇଅଛି। ବିଦ୍ୟୁତ ଗ୍ରାହକ ମାନେ ଆଣିଥିବା ସ୍ମାର୍ଟ ମିଟର ବିଦ୍ୟୁତ କଟିଯାଇଥିଲେ ମଧ୍ୟ୍ୟ ମିଟର ଚାଲୁଥିବା ଦେଖିବାକୁ ମିଳିଥିଲା ଏବଂ ଘରେ ଲାଗିଥିବା ମିଟରରେ ୧୦୦୦/ ୧୨୦୦ଟଙ୍କାର ବିଲ ଆସୁଥିବା ବେଳେ ଚାଷ ପାଇଁ ବିଦ୍ୟୁତ ବିଲ ୩ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଆସୁଥିବା ପ୍ରକାଶ କରିଛନ୍ତି। ପରେ ସହିଦ ମାଧୋ ସିଂ ନାଁରେ ଘେଁସ କଲେଜକୁ ନାମିତ କରିବା ପାଇଁ ଏକ ପ୍ରତିନିଧି ମଣ୍ଡଳୀ କଲେଜ ପ୍ରିନସିପାଲଙ୍କୁ ଭେଟି ପ୍ରସ୍ତାବ ପତ୍ର ଦେଇଛନ୍ତି ଏବଂ ଘେଁସ ଅଞ୍ଚଳ କୁ ନୂତନ ବ୍ଲକ ଭାବେ ମାନ୍ୟତା ଦେବା ପାଇଁ ମଧ୍ୟ୍ୟ ସର୍ବସମ୍ବତ ପ୍ରସ୍ତାବ ମଧ୍ୟ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଆରକ୍ଷକ ଅଧିକାରୀ ତପନ ମହାନ୍ତି, SDPO ବିଭୁତି ଭୋଇଙ୍କ ସମେତ ତିନି ପ୍ଲାଟୁନ ପୋଲିସ ମୁତୟନ ଥିଲେ। ପ୍ରଭାତ ସାହୁ, ମୁରଲୀ ଭୋଇ, ପ୍ରେମରାଜ ସାହୁ, ଗୋରାଚାନ୍ଦ ଭୋଇ, ଚନ୍ଦ୍ରଶେଖର ପୁରୋହିତ, ରିତୁ ସାହୁ, ଯଶୋବନ୍ତ ପଧାନ, ଦିବ୍ୟ ଭୋଇ, ଉତ୍ତମ ଭୋଇ, ଗଣପତି ପଧାନ, ସଦାନନ୍ଦ ସାହୁ, ନିର୍ମଳ ପଟେଲ, ନେହେରୁ ପଟେଲ, କାନ୍ତ ପଟେଲ,ଅମୃତ ପଧାନ, କୁଞ୍ଜବିହାରୀ ପଧାନ, ସଂଜୀବ ପଧାନ,ବଳଦେବ ମଲ୍ଲିକ, କୃତାର୍ଥ ପଧାନ,ରାଜେଶ ନନ୍ଦ,କ୍ଷୀରସିନ୍ଧୁ ବାରିକ, ଲକ୍ଷପତି ସାହୁ, ମହେନ୍ଦ୍ର ନାଗ, ଅରକ୍ଷିତ ମହାକୁଡ଼, ଅମୃତ ଭୋଇ।

hiranchal ad1
Leave A Reply

Your email address will not be published.

five × four =