ଫୁଲବାଣୀ ପ୍ରେସକ୍ଲବ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0 248

ଫୁଲବାଣୀ ପ୍ରେସକ୍ଲବ ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲାl ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠୀତ ବୈଠକରେ ପୂର୍ବରୁ ଥିବା ଜର୍ଣ୍ଣାଲିଷ୍ଟ ସାମ୍ବାଦିକ କଲ୍ୟାଣ ପାଣ୍ଠି ସବ୍ କମିଟିକୁ ଭଙ୍ଗାଯାଇ ଏହାକୁ କ୍ରିୟାଶୀଳ କରିବା ପାଇଁ ନୂତନ ସଦସ୍ୟ ମାନଙ୍କୁ ମନୋନୀତ କରାଯାଇଥିଲା l ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରା ଏକ୍ସ ଅଫିସ ଓ ସଦସ୍ୟ ରହିଥିବାବେଳେ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଆବାହକ ଭାବେ ମନୋନୀତ ସଦସ୍ୟ ଭାବେ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ଜେନା, କାହ୍ନୁଚରଣ ଶତପଥି, ଶିବ ବିଶ୍ୱାଳ, ବିରେନ୍ଦ୍ର ସୁବୁଧି ଓ ବାଳକୃଷ୍ଣ ଚର୍ଚି ପ୍ରମୁଖଙ୍କୁ ସଦସ୍ୟ ଭାବେ ଏହି କମିଟିରେ ଗ୍ରହଣ କରାଯାଇଥିଲା l ଏହି ନୂତନ କମିଟି ବିଭିନ୍ନ ସରକାରୀ, ବେସରକାରୀ ଶିଳ୍ପ ଅନୁଷ୍ଠାନ, ବଦlନ୍ୟଵ୍ୟକ୍ତି, ସ୍ଵେଛାସେବୀ ଅନୁଷ୍ଠାନ ଗୁଡିକ ସହ ଆଲୋଚନା କରି ଯେପରି ଅତିଶୀଘ୍ର କଲ୍ୟାଣ ପାଣ୍ଠି ଅର୍ଥ ବୃଦ୍ଧି କରିବେ ସେଥିପ୍ରତି ଉଦ୍ୟମ କରିବାକୁ ଅନୁରୋଧ କରାଯାଇଥିଲା l ସେହିପରି ପୂର୍ବରୁ ଆଦାୟ ଓ ଖର୍ଚ ହୋଇଥିବା ଅର୍ଥ ଉପରେ ମଧ୍ୟ ବିଷଦ ଭାବେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରାଙ୍କ ସମେତ କାର୍ଯ୍ୟକାରି ସଭାପତି ଅଶୋକ ପରିଡା, ଉପସଭାପତି ସୁନୀଲ ବିଶ୍ୱାଳ, ସତ୍ୟନାରାୟଣ ବେହେରା, ସହ ସଂପାଦକ ରମେଶ ପ୍ରଧାନ,ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ବ୍ରଜ ବିହାରୀ ନନ୍ଦ, ପ୍ରଶାନ୍ତ ଜେନା, ଶିବ ବିଶ୍ୱାଳ,ଜୟ ସେନ ପରିଡା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, କାହ୍ନୁ ଶତପଥୀ, ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତି ଥିଲେ l

hiranchal ad1
Leave A Reply

Your email address will not be published.

fifteen − four =