275 ଟି ଆଇସିକ୍ରିମ କାଠିରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି

0 81

ପୁରୀ : ପବିତ୍ର ଦଶହରା ଅବସରରେ ପୁରୀର ଯୁବ ଆର୍ଟିଷ୍ଟ ବିଶ୍ୱଜିତ ନାୟକ ସମସ୍ତଙ୍କୁ ନିଜର ନିଆରା କଳାକୃତି ମାଧ୍ୟମରେ ଦଶହରା ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱଜିତ ମା ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି 275 ଟି ଆଇସିକ୍ରିମ କାଠି ବ୍ୟବହାର କରି ବନାଇଛନ୍ତି। ଏହି ଆକର୍ଷଣୀୟ କଳାକୃତି ପାଇଁ ବିଶ୍ୱଜିତଙ୍କୁ 6 ଦିନ ସମୟ ଲାଗିଥିଲା। ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁ ନିରାଡ଼ମ୍ବର ଭାବେ କୋଭିଡ କଟକଣା ପୂଜା ଅନୁଷ୍ଠିତ ହେଉଥିବା ବେଳେ ଲୋକ ମାନେ ସରକାରଙ୍କ ନିୟମ ମାନିବାକୁ ବିଶ୍ୱଜିତ ଅପିଲ କରିଛନ୍ତି। ପୂର୍ବରୁ ଆଇସିକ୍ରିମ କାଠି ଅନେକ କଳାକୃତି କରି ପୁରୀ କୁମୁଟି ପାଟଣାର ବଳରାମ ନାୟକଙ୍କ ପୁଅ ବିଶ୍ୱଜିତ ନାୟକ ଅନେକ ପୁରସ୍କାର ହାସଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + 5 =