ଲୋକଙ୍କର ଜୀବିକା ପାଇଁ ଗଜପତି ପ୍ରଶାସନର ଅହରହ ଉଦ୍ୟମ

0 79

ଗଜପତି : 2018 ମସିହାର ତିତିଲି ମହାବାତ୍ୟାରେ ରାୟଗଡ ବ୍ଳକର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏପରି କି ବାତ୍ୟା ଓ ବର୍ଷାରୁ ନିଜକୁ ରକ୍ଷା କରିବାକୁ ଯାଇ 16 ଲୋକଙ୍କର ପ୍ରାଣ ହାନି ଘଟିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ମିଳିତ ଭାବେ ସେମାନଙ୍କର ଆଶ୍ରୟ ସ୍ଥଳ, ଜୀବିକା ଏବଂ ଶିକ୍ଷାର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ସେ ଗୁଡିକ ହେଲା-ସମସ୍ତ ପରିବାର ପାଇଁ ନୂଆ ବାରଘରରେ ଜାଗା ଦେବା ସହ ସମସ୍ତଙ୍କ ପାଇଁ ବିଜୁ ପକ୍କାଘର ଯୋଜନାରେ ଘର କରି ଦିଆଯାଇଛି। ଆଇ.ଏ.ପି ରୁ 10 ଲକ୍ଷ ଟଙ୍କା ବ୍ୟୟରେ ଏକପୋଖରୀ ନିର୍ମାଣ କାର୍ଯ୍ୟ ସରିଛି। ଲୋକଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ପାଇଁ ସୌର ଶକ୍ତି ମାଧ୍ୟମରେ ଏକ ପାଇପ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟ କରୁଥିଲା ବେଳେ ଦୁଇ ଗୋଟି ନଳ କୂପ ଖନନ କରାଯାଇଛି।

hiring

ପ୍ରତ୍ୟେକ ଘରକୁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଅଧିନରେ ମାଗଣାରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ସରିଛି। ଓଡ଼ିଶା ଜୀବିକା ମିଶନ ତରଫରୁ ଝାଡୁ ଉତ୍ପାଦନ କରୁଥିବା ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ producer group ତିଆରି କରାଯାଇଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2021- 22 ଆର୍ଥିକ ବର୍ଷରେ 1487 କର୍ମ ନିଯୁକ୍ତି ସୃଷ୍ଟି କରାଯାଇଥିବା ବେଳେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜୀବିକା ଉତ୍ପାଦନ କରିପାରୁଥିବା ଯୋଜନା ହାତକୁ ନିଆଯାଇଛି। ଉଦ୍ୟାନ ବିଭାଗ ତରଫରୁ food bearing plant ରୋପଣ କରାଯାଇଛି।

ଯୋଗାଯୋଗ ପାଇଁ ମିଶନ ଶକ୍ତି ତରଫରୁ 10 ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋବାଇଲ ବଣ୍ଟନ କରାଯାଇଛି। ଅଙ୍ଗନବାଡି ନିଜସ୍ଵ ଗୃହ କାର୍ଯ୍ୟ ଚାଲୁ ରହିଛି। ଗ୍ରାମର କୋଠାଘର ନିର୍ମାଣ କାର୍ଯ୍ୟ ସରିଛି। ଏବଂ ସେମାନଙ୍କର ସମସ୍ତ ଉନ୍ନତି ପାଇଁ ନିମ୍ନ ଲିଖିତ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ସେଗୁଡିକ ହେଲା 17 ଲକ୍ଷ ଟଙ୍କା ବ୍ୟୟରେ ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ, 32 ଲକ୍ଷ ଟଙ୍କା ବ୍ୟୟରେ ବାରଘର ଗ୍ରାମକୁ ଏକ ରାସ୍ତା ନିର୍ମାଣ। ଛେଳି ପାଳନ ପାଇଁ ଜୀବିକା ମିଶନ ତରଫରୁ ଏକ ଯୋଜନା ପ୍ରସ୍ତୁତ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଷ୍ଟେସନେରି ଦୋକାନ, ଗ୍ରୋସରି ଦୋକାନର ଆରମ୍ଭ କରିବା ପାଇଁ ଯୋଜନା ରଖାଯାଇଛି।

hiranchal ad1
Leave A Reply

Your email address will not be published.

seven − 3 =