ହରଗୌରୀ ଯାତ୍ରା ଅବସରରେ କୁଙ୍କୁମ ପୂଜା

0 53

ସୋନପୁର : ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରାର ଚତୁର୍ଥ ଦିନରେ ଆଧ୍ୟାତ୍ମିକତା ଓ ପରଂପରାର ବହୁ ଆକର୍ଷଣୀୟ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ସଧବା ମହିଳାମାନେ ଭାଗନେଇ ଶ୍ରୀଯନ୍ତ୍ର ଉପରେ ଶ୍ରୀଗଣେଷଙ୍କୁ ସ୍ଥାପନ କରି ନିଜ ପରିବାରର ଶ୍ରୀବୃଦ୍ଧି ସହ ନିଜ ନିଜର ଶଙ୍ଖା ସିନ୍ଦୁରର ରକ୍ଷା ପାଇଁ ସ୍ୱାମୀଙ୍କର ଶୁଭମନାସି ଏ ବ୍ରତ ରଖିଥାନ୍ତି। ରାୟଗଡ଼ା ଜିଲ୍ଲାର ଗୁମୁଡାରୁ ଆସିଥିବା ପାନ୍ତୁଲୁ ଏ ଦୁର୍ଗାପ୍ରସାଦଙ୍କ ତତ୍ୱ।ବଧାନରେ ଏହି କୁଙ୍କୁମପୂଜାରେ ଅନେକ ମହିଳା ଶ୍ରଦ୍ଧାଳୁ ଭାଗ ନେଇଥିଲେ । ପରେ ସୋନପୁର ତରିଆପଡାର ସଂକୀର୍ତ୍ତନ ଦଳ ତାଙ୍କର ସଂକୀର୍ତ୍ତନ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ କଟକଣାକୁ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା। ପ୍ରକାଶଯୋଗ୍ୟ ଯେ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ହରଗୌରୀ ଯାତ୍ରା ସ୍ଥାନୀୟ ଢେରାପଡା ଠାରେ ଏକ ଆଧ୍ୟାତ୍ମିକ ପରିବେଶରେ ପାଳନ କରାଯାଉଥିବା ଜଣାଯାଇଛି।

hiranchal ad1
Leave A Reply

Your email address will not be published.

6 − 2 =