ଗ୍ରାମାଞ୍ଚଳ ପୋଲିସ ଜବତ କଲା ୩୧୬ ଗ୍ରାମ ବ୍ରାଉନ ସୁଗାର

0 72

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଆଜି ଧାମରା ରେଲୱେ ଓଭରବ୍ରୀଜ୍‌ ନିକଟରୁ ୨୦୦ଟି ପୁଡ଼ିଆରେ ଥିବା ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି । ସୂଚନା ଅନୁଯାୟୀ ଆଜି ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଳୱେ ଓଭର ବ୍ରିଜ ନିକଟରେ ସିମାଞ୍ଚଳ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ମୋଟରସାଇକେଲରେ ଆସୁଥିବା ଜଣେ ମହିଳାଙ୍କ ସମେତ ୩ ଜଣ ବ୍ୟକ୍ତିଙ୍କୁ ଅଟକାଇଥିଲେ। ପୋଲିସ ତରଫରୁ ପଚରାଯିବା ପରେ ସେମାନଙ୍କ ହାବଭାବ ଏବଂ କାର୍ଯ୍ୟକଳାପ ସନ୍ଦେହଜନକ ମନେ ହେବାରୁ ପାଞ୍ଚ ପ୍ରକ୍ରିୟା ମାଧ୍ୟମରେ ସନ୍ଧାନ କରାଯାଇ ସମୁଦାୟ ୨୦୦ଟି ପ୍ୟାକେଟ ବ୍ରାଉନ୍‌ସୁଗାର ଯାହାର ଓଜନ ୩୧୬ ଗ୍ରାମ୍ ହେବ । ମୋବାଇଲ୍ ଫୋନ୍, ଆଧାର୍ କାର୍ଡ, ମୋଟରସାଇକେଲ୍ ଓ ନଗଦ ଟଙ୍କା ୪୦୦ ଟଙ୍କା ଜବତ କରିବା ସହିତ ଚରମ୍ପା ନିକଟସ୍ଥ ବଉଳପୋଖରୀ ଗ୍ରାମର କପିଳ ମଲ୍ଲିକ ଓ ଧନେଶ୍ୱର ମଲ୍ଲିକ ଓ ଯାଜପୁର ସୁଙ୍ଗୁଡ଼ା ଗ୍ରାମର ଟୁନୀ ମଲ୍ଲିକଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ପଠାଯାଇଥିବାର ଗ୍ରାମାଞ୍ଚଳ ଥାନାଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − eight =