ବାରିପଦାରେ ମାଡ ଘଟଣାର ଭଦ୍ରକ ବିଜେପି ପକ୍ଷରୁ ପ୍ରତିବାଦ

0 33

ଭଦ୍ରକ : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ଦାବି ଓ ବାରିପଦାରେ ବିଜେପି କର୍ମୀଙ୍କୁ ପୋଲିସ ସମ୍ମୁଖରେ ମାଡ଼କୁ ବିଜେପିର ନିନ୍ଦା । ଭଦ୍ରକ ଜିଲ୍ଲାର ସମସ୍ତ ଥାନା ସମ୍ମୁଖରେ ଗଣ ଧାରଣା ଦେବା ସହ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି । ଭଦ୍ରକ ଜିଲ୍ଲା ବିଜେପି କହିଛି ଯେ, ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶିଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗ୍ରସ୍ତ ସମୟରେ ଦଳର କର୍ମୀ କଳା ପତାକା ଦେଖାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ପୋଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିଲା । ତେବେ ମନ୍ତ୍ରୀଙ୍କ ଗିରଫ ସହ ବାରିପଦାରେ କର୍ମୀଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

hiranchal ad1
Leave A Reply

Your email address will not be published.

nineteen − sixteen =