ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

0 151

ପାଟଣାଗଡ : ଖପ୍ରାଖୋଲ ଥାନା ଘୁଚାପାଳି ଗ୍ରାମର ବସନ୍ତ ରଣା (୨୩) ମଙ୍ଗଳବାର ଦିନ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଗୁରୁବାର ଦିନ ଆଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ଖପ୍ରାଖୋଲ ପୋଲିସ ଶୁକ୍ରବାର ରାତି ସମୟରେ ଲାଠୋର ଥାନା ଅର୍ନ୍ତଗତ ଶୁଳିଆବାହାଳ ଗ୍ରାମର ଜଙ୍ଗଲରୁ ଗଳିତ ଶବକୁ ଉଦ୍ଧାର କରିଛି । ଘଟଣାଟି ଲାଠୋର ଥାନା ଅଞ୍ଚଳର ହୋଇଥିବାରୁ ଲାଠୋର ପୋଲିସ ଘଟଣାଟିର ତଦନ୍ତ କରୁଥିବା ଜଣାପଡିଛି । ବାରହା ଲଗାଇବା ପାଇଁ ଖୋଳା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କର ମୃତ୍ୟୁ ହେଲା ପରେ ଯୁବକଙ୍କୁ ଗାତ ଖୋଳି କିଛି ବ୍ୟକ୍ତି ପୋତି ଦେଇଥିବା ପୋଲିସ ସନ୍ଦେହ କରିଛି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

1 + thirteen =