ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା, ରେକର୍ଡ ଟିମ୍‌ ଇଣ୍ଡିଆ ସପକ୍ଷରେ

0 74

ଦୁବାଇ: ଟି-୨୦ ବିଶ୍ୱ କପରେ ସବୁଠାରୁ ଆକର୍ଷଣୀୟ,ରୋମାଞ୍ଚକର ଓ ମହାମୁକାବିଲା ଆଜି ସଂଧ୍ୟାରେ ଦେଖିବାକୁ ମିଳିବ । ଆଜିମୁହାଁମୁହିଁ ହେବେ ବିଶ୍ୱ କ୍ରିକେଟର ଦୁଇ ଚିର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଭାରତ । ବିଶ୍ୱ କପରେ ସବୁବେଳେ ଏହି ଦୁଇ ଦେଶର ମ୍ୟାଚକୁ ହାଇଭୋଲଟେଜ ମୁକାବିଲା ଆଖ୍ୟା ଦିଆଯାଇଥାଏ । ତେଣୁ ଯେତେବେଳେ ବି ଏଭଳି ମୁକାବିଲା ସମୟ ଆସିଥାଏ,ତାହା ଦୁଇଦେଶର କେବଳ କ୍ରିକେଟପ୍ରେମୀ
ନୁହେଁ,ସମସ୍ତଙ୍କ ମନରେ ସ୍ନାୟବିକ ଉତ୍ତେଜନା ସୃଷ୍ଟି କରିଥାଏ । ସେ ଦୃଷ୍ଟିରୁଆସନ୍ତାକାଲିର ମୁକାବିଲା ମଧ୍ୟ ସେହିଭଳି ସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ପାକିସ୍ତାନ ନିଜର ଦଳ ଘୋଷଣା କରି ସାରିଛି । ସେପଟେ ଭାରତୀୟ ଦଳ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ,ତାହା ଉପରେ ଏବେ ସଭିଙ୍କ ନଜର । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନ ଏବଂ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୧୩-୦ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଦୁଇ ଦଳ ବିଶ୍ୱ କପରେ ଏ ପର୍ଯ୍ୟନ୍ତ ୧୨ ଥର ମୁହାଁମୁହିଁ ହୋଇଛନ୍ତି । ହେଲେ ପ୍ରତିଥର ଭାରତ ପାକିସ୍ତାନକୁ ପରାଜିତ କରିଛି । ଭାରତର ପାକ୍‌ ବିରୋଧୀ ବିଜୟ ଅଭିଯାନ ୧୯୯୨ ବିଶ୍ୱ କପରୁ ଆରମ୍ଭ ହୋଇଥିଲା,ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ବିରାଟ କୋହଲି ଏହି ମ୍ୟାଚର ମହତ୍ୱକୁ ବେଶ୍‌ ଭଲ ଭାବେ
ଜାଣିଛନ୍ତି ଏବଂ ପୂରା ଶକ୍ତି ସହିତ ଦଳ ମଇଦାନକୁ ଓହ୍ଲାଇବ । ଦଳର ଶୀର୍ଷ ଏବଂ ମଧ୍ୟମ କ୍ରମ ପ୍ରାୟତଃ ସ୍ଥିର ହୋଇ ସାରିଛି ଏବଂ ଏଥିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ଦଳ ପକ୍ଷରୁ ଓପନିଂ କରିବେ ରୋହିତ ଶର୍ମା ଓ କେଏଲ ରାହୁଲ । ତୃତୀୟରେ ଖୋଦ୍‌ ଆସିବେ ଅଧିନାୟକ ବିରାଟ କୋହଲି । ନମ୍ବର ୪ ଏବଂ ୫ରେ ବ୍ୟାଟିଂ କରିବେ ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ । ଷଷ୍ଠରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିପାରେ । ହେଲେ ତାଙ୍କର ବୋଲିଂକୁ ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇ ନାହିଁ । ବିରାଟ ପାକିସ୍ତାନ ବିରୋଧରେ ତିନି ସ୍ପିନର ଏବଂ ଦୁଇ ଜଣ ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇ ପାରନ୍ତି । ତେଣୁ ଭୁବନେଶ୍ୱର କୁମାରଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିନପାରେ । ସ୍ପିନ ବିଭାଗରେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନିଶ୍ଚିତ ଥିବା ବେଳେ ଅଭ୍ୟାସ୍‌ ମ୍ୟାଚରେ ଦମଦାର ବୋଲିଂ କରି ରବିଚନ୍ଦ୍ରନ ଅଶ୍ୱିନ ନିଜର ଦାବିଦାର ମଜବୁତ କରିଛନ୍ତି । ବିରାଟ କୋହଲି ଏହି ଦୁଇ ଜଣଙ୍କ ବ୍ୟତୀତ ନିଜର ଟ୍ରମ୍ପ କାର୍ଡ ବରୁଣ ଚକ୍ରବର୍ତ୍ତୀଙ୍କୁ ଏହି ବଡ ମୁକାବିଲାରେ ସୁଯୋଗ ଦେଇପାରନ୍ତି । ଦ୍ରୁତ ବୋଲିଂ ବିଭାଗ ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ହାତରେ ରହିବ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା,କେଏଲ ରାହୁଲ,ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ।

hiranchal ad1
Leave A Reply

Your email address will not be published.

sixteen + nine =