୧୦% କମ୍‌ ବର୍ଷା କରାଇ ଓଡିଶାରୁ ବିଦାୟ ନେଲା ମୌସୁମୀ

0 39

ଭୁବନେଶ୍ୱର: ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଆକଳନ ଅନୁସାରେ ଓଡିଶାରୁ ମୌସୁମୀ ବାୟୁ ଫେରିଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୬ ତାରିଖରେ ସାରା ଦେଶରୁ ମୌସୁମୀ ଫେରିବ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କଳିଙ୍ଗପଟ୍ଟନମ୍‌, ନନ୍ଦିଗ୍ରମ, କୁର୍ନୁଲ, ଗାଦାଗ, ମଜଲି ଉପରେ ରହିଛି । ଏହା ଆସନ୍ତା ୨୬ ତାରିଖ ସୁଦ୍ଧା ଫେରିଯିବ । ଜୁନ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୧୧୨୨.୫ ମିମି ବର୍ଷା ହୋଇଛି । ୧୨୪୩.୮ ମିମି ବର୍ଷା ହେବା କଥା, ୧୦% କମ ବର୍ଷା କରାଇ ଫେରିଲା ମୌସୁମୀ ।
ସେହିଭଳି ରାଜ୍ୟରେ ଆସନ୍ତା ୪-୫ ଦିନ ପାଗ ଶୁଖିଲା ରହିବ । ହେଲେ ଧୀରେ ଧୀରେ ତାପମାତ୍ରା କମିବ । ଓଡିଶାରେ ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ସର୍ବାଧିକ ଶୀତର ପ୍ରକୋପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 5 =