ଖୁବ ଶୀଘ୍ର ଜୟପୁର ଏୟାରପୋର୍ଟର କାର୍ଯ୍ୟ ଶେଷ ହେବ,ସୂଚନା ଦେଲେ ଜିଲ୍ଲାପାଳ

0 39

କୋରାପୁଟ : ଖୁବ ଶୀଘ୍ର ଜୟପୁର ଏୟାରପୋର୍ଟର କାର୍ଯ୍ୟ ଶେଷ ହେବ। ଆପ୍ରୋଚ ରୋଡ୍‌, ପୁଲିସ ଓ ସିକ୍ୟୁରିଟି ଗାର୍ଡମାନଙ୍କର ବାରାକ କାର୍ଯ୍ୟ ଜୋରସୋରରେ ଚାଲିଛି। ଆସନ୍ତା ଦେଢରୁ ଦୁଇ ମାସରେ ଏସବୁ କାର୍ଯ୍ୟ ଶେଷ ହେବ। ଜୟପୁର ଏୟାରପୋର୍ଟର କାର୍ଯ୍ୟକାରିତା ଓ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ ନେଇ ଏପରି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ୍‌. ଅଖତର। ଜିଲ୍ଲାପାଳ ଆହୁରି କହିଛନ୍ତି, ଜୟପୁର ଏୟାରପୋର୍ଟରୁ କିପରି ଶୀଘ୍ର ବିମାନ ଚଳାଚଳ କରିବ? ସେନେଇ ସମସ୍ତ କାର୍ଯ୍ୟ ଉପରେ ନଜର ରଖାଯାଇଛି। କାମକୁ ତ୍ୱରାନ୍ୱିତ କରାଯାଉଛି। ପୂର୍ବରୁ ରନୱେ ୯୦୦ ମିଟର ଥିଲା, ହେଲେ ପରେ ୧୨୦୦ ମିଟର କରାଯାଇଥିଲା। ବର୍ତ୍ତମାନ ୧୫୦୦ ମିଟର ରନୱେ ପାଇଁ ଟେଣ୍ଡର ହେବା ସହ କାର୍ଯ୍ୟାଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଏୟାରପୋର୍ଟ ନିକଟରେ ଥିବା କେନାଲ ଉପରେ ବ୍ରିଜ କାମର କାର୍ଯ୍ୟାଦେଶ ଉପରେ ନଜର ରଖାଯାଇଛି। ସମସ୍ତ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ପଦକ୍ଷେପ ନିଆଯିବ। ଯଥାଶୀଘ୍ର ଜୟପୁରରୁ ବିମାନ ଚଳାଚଳ ପାଇଁ ସୁବ୍ୟବସ୍ଥା କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି।

hiranchal ad1
Leave A Reply

Your email address will not be published.

seven + eight =