ଦଶପଲ୍ଲାରେ ରାଜନୈତିକ ଉଷ୍ମତା, ଆରମ୍ଭ ହେଲାଣି ଅଙ୍କକଷା

0 332

ଦଶପଲ୍ଲା : -ସାନି ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ନିର୍ବାଚନ ପାଇଁ ମାଳ ମାଳ ଆଶାୟୀ ଯୋଦ୍ଧା ଏବେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ପାଗ,ଶିରପା ଭିଡିଲେଣି । ଗାଁ ଗାଁ ରେ ଏବେ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ,ସମିତି ସଭ୍ୟ ଆଦି ଆସନରେ ବିଜୟୀ ହେବା ପାଇଁ ଗୋଟିଏ ଦଳର ସମର୍ଥନ ଓ ଅନ୍ୟ ଦଳ ସହିତ ବୁଝାମଣା କରିବାରେ ବ୍ୟସ୍ତ । ପଂଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଦଶପଲ୍ଲାର ଗାଁ ଗାଁ ରେ ଏବେ ଏଭଳି ଅବସ୍ଥା । ଶାସକ ବିରୋଧୀ ସବୁ ପ୍ରାୟ ଏକାକାର ହୋଇପଡିଛନ୍ତି । ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଜିଲ୍ଲା ପରିଷଦ ଆସନ,୨୦ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ,ୱାର୍ଡ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଅଛି । ଶାସକ ଦଳ ବିଜେଡି ସମେତ ବିରୋଧୀ କଂଗ୍ରେସ, ବିଜେପି ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଗାଁ ଗହଳିରେ ରାଜନୈତିକ ଉଷ୍ମତା ସହିତ ମଦ ମାଂସର ଆସର ଓ ସରପଞ୍ଚ, ସମିତିସଭ୍ୟ ନିମନ୍ତେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଏବେ ବ୍ୟାନର, ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳିଲାଣି । ବିଶେଷ କରି ନବବର୍ଷ ନିମନ୍ତେ ଜନସାଧାରଣଙ୍କୁ ଶୁଭେଚ୍ଛା ସହ ହାତ ଯୋଡ଼ା ଫଟୋ ଏବେ ଗଳିକନ୍ଦି,ମୁଖ୍ୟ ଛକ ଏବଂ ଗାଁ ର ପ୍ରବେଶଦ୍ୱାରରେ ଦେଖିବାକୁ ମିଳୁଅଛି । ବର୍ତ୍ତମାନର ଯୁଗ ଆଧୁନିକ ଯୁଗ ହୋଇଥିବାରୁ ଯୁବପିଢିଙ୍କୁ ନିଜ ନିକଟକୁ ଆକୃଷ୍ଟ କରିବା ସହ ସେମାନଙ୍କ ନିକଟତର ହେବା ନିମନ୍ତେ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଯଥା-ଫେସବୁକ , ହ୍ୱାଟ୍ସଆପ , ଇନଷ୍ଟାଗ୍ରାମ ଆଦି ଜରିଆରେ ଅଭିନନ୍ଦନ ବାର୍ତ୍ତା ପହଞ୍ଚାଇବାକୁ ଭୁଲି ନାହାନ୍ତି ଆଶାୟୀ ପ୍ରାର୍ଥୀ । ତେବେ ପ୍ରକାଶ ଯୋଗ୍ୟ କଥା ଏହିକି ଯେ ,ଦଶପଲ୍ଲା ବ୍ଲକ୍‌ ରେ ଅନ୍ୟ ରାଜନୈତିକ ଦଳର ଉପସ୍ଥିତି ପ୍ରାୟ ନଥିବାବେଳେ ବିଜେଡି, ବିଜେଡି ମଧ୍ୟରେ ବଳ କଷାକଷି ହେବାର ଯଥେଷ୍ଟ ସଂଭାବନା ରହିଛି ।

hiranchal ad1
Leave A Reply

Your email address will not be published.

19 − 12 =