ମହିଳା ପିଅନଙ୍କ ବ୍ୟବହାର ଅତିଷ୍ଟ ଅଧ୍ୟାପକ ଅଧ୍ୟାପିକା

0 459

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ଦେଖା ଦେଇଛି ବିବାଦ। ପିଅନ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ରହୁନି ସମନ୍ୱୟ। ଫଳରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରୁ କର୍ମଚାରୀଙ୍କ ମଧ୍ୟରେ ଥିବା ବାଦବିବାଦ କଥା ହାଟରେ ଯାଇ ଦାଣ୍ଡରେ ଗଡୁଛି। ଏଭଳି ସମସ୍ୟା ଦେଖିବାକୁ ମିଳିଛି ଖୋଦ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ। ବୌଦ୍ଧ ଉପଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାଇ ଉକ୍ତ କଲେଜରେ ମହିଳା ଲେଡି ଆଟେଣ୍ଡ ଭାବେ ତପସ୍ୟା ଭୋଇ ପୂର୍ବରୁ ନିଯୁକ୍ତି ପାଇଥିବା ବେଳେ ପରବର୍ତ୍ତୀ ସମୟରେ କଲେଜର ପିଅନ ପୋଷ୍ଟରେ ରହି କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ଉକ୍ତ ମହିଳା ପିଅନ ଜଣଙ୍କ ସଦା ସର୍ବଦା କଲେଜର ଅନ୍ୟାନ୍ୟ କର୍ମଚାରୀଙ୍କୁ ବେଖାତିରି, ଅବମାନନା କରିବା ଏବଂ କଲେଜରେ ସମସ୍ତଙ୍କ ପାଇଁ ହୋଇଥିବା ନିୟମ ଅନୁଯାଇ କାର୍ଯ୍ୟ କରୁଥିବା ବେଳେ ପିଅନ ଜଣଙ୍କ ନିୟମକୁ ଅବମାନନା କରିବା ଏଭଳି ବିଭିନ୍ନ ସମୟରେ ନିଜର କର୍ତ୍ତବ୍ୟରେ ଅବହେଳା କରି ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି। ଦୁଇ ଦିନ ତଳେ କଲେଜରେ ଏକ କାର୍ଯ୍ୟକ୍ରମ ସରିଲା ପରେ କିଛି ଅଧ୍ୟାପକ ପିଅନକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ କହିଥିଲେ। ଏଥିରେ ମହିଳା ପିଅନ ଜଣଙ୍କ ଅବମାନନା କରି ମୁଁ କାର୍ଯ୍ୟ କରିପାରିବି ନାହିଁ ବୋଲି ପ୍ରତ୍ୟାକ୍ଷାନ କରିବାରୁ ଅଧ୍ୟାପକ ଅଧ୍ୟାପିକା ଓ ମହିଳା ପିଅନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ପିଅନ ଜଣଙ୍କ ଅସଭ୍ୟ ଭାଷା କରିବାରୁ ସମସ୍ତ କର୍ମଚାରୀ ଅସନ୍ତୋଷ ପ୍ରକାଶ କରି କଲେଜର ପ୍ରିନସିପାଲଙ୍କ ଜରିଆରେ ବୌଦ୍ଧ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ଦେଖାଯାଇଥିବା ବିଶୃଙ୍ଖଳାର ଉପଯୁକ୍ତ ତଦନ୍ତ ସହ ମହିଳା ପିଅନଙ୍କ ଉପରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ ନକଲେ କିମ୍ବା ସମ୍ପୃକ୍ତ ମହିଳା ପିଅନଙ୍କୁ ଅନ୍ୟତ୍ର କଲେଜକୁ ବଦଳି ନକଲେ ଆଗାମୀ ଦିନରେ ଆମେ ବାଧ୍ୟ ହୋଇ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବୁ ବୋଲି ଉପ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସମସ୍ୟାକୁ ନେଇ ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ କଲେଜ ଅଧକ୍ଷା ଧରିତ୍ରୀରାଣୀ କାନୁନଗୋଙ୍କୁ ପଚାରିବାରୁ ଦୁଇଦିନ ତଳେ ପିଅନ ଓ ଅଧ୍ୟାପକଙ୍କ ସହିତ ସେଭଳି କଥାକଟାକଟି ହୋଇଥିଲା। ମୁଁ ଉଭୟଙ୍କୁ ବୁଝାବୁଝୀ କରାଇବା ପରେ ପୁନର୍ବାର ଆଉଥରେ ଉଭୟଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖା ଯାଇଥିଲା। ମୋ ଜରିଆରେ ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ତେଣୁ ତିନିଦିନ ଭିତରେ ସମସ୍ୟା ସମାଧାନ ପାଇଁ ଲେଖିଛନ୍ତି I ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ନାମ ଲେଖା କାର୍ଯ୍ୟ ଚାଲୁଛି ତେଣୁ ପିଲାଙ୍କ କାର୍ଯ୍ୟ ସାରିଲେ କଲେଜରେ ଏକ ସମ୍ମନୟ ବୈଠକ ଡାକି ଉଭୟଙ୍କ ମଧ୍ୟରେ ହୋଇଥିବା ବିଶୃଙ୍ଖଳାକୁ ସମାଧାନ କରାଯିବ ବୋଲି କହିଥିଲେ । ଅନ୍ୟପଟେ ଯଦି ମହିଳା ପିଅନ ଜଣଙ୍କ ଅନ୍ୟତ୍ର କୌଣସି ସ୍ଥାନକୁ ବଦଳି ନହୁଅନ୍ତି ତାହେଲେ ଆମେ ବାଧ୍ୟହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ବୋଲି ସମସ୍ତ ଅଧ୍ୟାପକ ଅଧ୍ୟାପିକା ଚେତାବନୀ ଦେଛନ୍ତି ।

hiranchal ad1
Leave A Reply

Your email address will not be published.

4 + 12 =