ଭୁବନେଶ୍ୱର:-ରାଜଧାନୀରେ ବଢିବାରେ ଲାଗିଛି ଚୋର ଏବଂ ଲୁଟେରାଙ୍କ ଆତଙ୍କ। ଗତ କିଛି ଦିନ ହେବ ରାଜଧାନୀରେ ଚୋର ଓ ଲୁଟେରାଙ୍କ ଆତଙ୍କ ବଢିବାରେ ଲାଗିଛି । ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । କମିଶନରେଟ୍ ପୋଲିସର ମୁଣ୍ଡବିନ୍ଧାର କାଣ ପାଲଟିଛନ୍ତି ଏହି ସବୁ ଚୋର ଦଳ।
ସେମାନଙ୍କୁ ଟ୍ରାକ୍ କରି କାବୁ କରିବାକୁ ଏକ ଅଭିନବ ଉପାୟ ଆପଣେଇଛି ପୋଲିସ୍ । ରାଜଧାନୀରେ ଚୋରକୁ ଧରିବାରେ ସାହାଯ୍ୟ କରିବ Google ମ୍ୟାପ୍ । ଗୁଗଲ ମ୍ୟାପ୍ ଜରିଆରେ ଲୁଟେରାଙ୍କୁ ଧରିବ କମିଶନରେଟ ପୋଲିସ । ଚୋରର ଲୋକେଶନକୁ ଟ୍ରାକ୍ କରାଯିବା ସହିତ ଟେକ୍ନୋଲଜି ସହାୟତାରେ ଚୋର ଧରିବାକୁ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏ ନେଇ ବିଭିନ୍ନ ଟେଲିକମ୍ ର ସହାୟତା ନେବ ପୋଲିସ୍ । କବେଳ ଚୋର ନୁହଁ, ସାଇବର ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟ ଯୋଜନା କରାଯାଇଛି ।
ହାଇ ଟେକ୍ନୋଲୋଜି ଜରିଆରେ ହେବ ଆକ୍ସନ । ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ନଜର ରଖାଯାଉଛି । ଏହାର ମନିଟରିଂ କରୁଛନ୍ତି ଡିସିପି ।
ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ବ୍ୟୁରୋ ରିପୋର୍ଟ ହୀରାଞ୍ଚଳ ଲାଇଭ୍
Sign in
Sign in
Recover your password.
A password will be e-mailed to you.