ତିନି ଠାକୁରଙ୍କ ନୀଳାଦ୍ରି ବିଜେ

0 49

ସୁବର୍ଣ୍ଣପୁର : ନବ ଦିନାତ୍ମକ ଯାତ୍ରା ସାରି ମାଉସୀମା ମନ୍ଦିରରୁ ବାହୁଡା଼ ଯାତ୍ରା ଦିନରୁ ବାହାରି ଥିବା ଶ୍ରୀଜିଉଙ୍କ ତିନିରଥ ଆଜି ମଝିପଡାରୁ ରଥ ଖଳାକୁ ପହଞ୍ଚିଛି । ଆଜି ମଝିପଡା ଛକ ରେ ମହାପ୍ରଭୁଙ୍କଠାରେ ଭୋଗ ଲାଗି ହେବା ସହ ଆଳତୀ ନିତି କାନ୍ତି ପରେ ତିନିରଥକୁ ଭକ୍ତ ମାନେ ରଥ ଖଳା ଯାଏ ଟାଣି ନେଇଥିଲେ l ତିନି ଠାକୁରଙ୍କ ଗୋଟି ପହଣ୍ଡିରେ ପ୍ରଭୂଙ୍କୁ ଦର୍ଶନ କରିବାକୁ ଭକ୍ତ ଶ୍ରଦ୍ଧାଳୁଙ୍କଠାରେ ଖୁବ୍ ଉତ୍କଣ୍ଠା ପରିଲକ୍ଷିତ ହୋଇଛି l ଅଧରପଣା ନୀତି ପରେ ତିନି ଠାକୁରଙ୍କୁ ରତ୍ନ ମଣ୍ଡପ ରେ ପହଁଚିବା ପରେ ନୀତି କାନ୍ତି ସହ ସମସ୍ତ ପ୍ରକାର ବିଧି ପାଳନ ପାଇଁ ପଣ୍ଡା ପରିହାରି ପୂର୍ଣ୍ଣ ପ୍ରସ୍ତୁତି ଅଛନ୍ତି l ଶ୍ରୀ ଜଗନ୍ନାଥ ମନ୍ଦିର ପରିଚଳନ କମିଟି ଓ ଦେବୋତ୍ତର ବିଭାଗ କମିଟି ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧlନରେ ଆଜି ନିଳାଦ୍ରୀ ବିଜେ ଗୋଟି ପହଣ୍ଡି କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଛି l ମହା ପ୍ରଭୁଙ୍କ ଏହି ଲୀଳା ଦର୍ଶନ କରିବାକୁ ହଜାର ହଜାର ଭକ୍ତମାନଙ୍କର ସମାଗମ ସୋଇଛି।

hiranchal ad1
Leave A Reply

Your email address will not be published.

12 − 2 =