ପାନୀୟଜଳ ସମସ୍ୟାକୁ ନେଇ ମହିଳାଙ୍କ ବିକ୍ଷୋଭ, ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ
ଟିଟିଲାଗଡ,୧୬/୬଼ –ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ଦେସିଲ ଏବଂ ଚାହାରଭଟା ଗ୍ରାମର ମହିଳାମାନେ ପାନୀୟ ଜଳର ସମସ୍ୟା ନେଇ ଆଜି ଖାଲି ଗରିଆ ବାଲଟି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଯାଇଥିଲେ ।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ପୌରପରିଷଦ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିବା ସହ ପାନୀୟ ଜଳ ଯୋଗାଇବା ପାଇଁ ଦାବି କରିଥିଲେ । ପରେ ଉପଜିଲ୍ଲାପାଳ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରି ପ୍ରତିଶୃତି ଦେବା ପରେ ମହିଳାମାନେ ବୁଝିଥିଲେ ।