ବାତ୍ୟା ପାଇଁ ଟୋଲ୍ ଫ୍ରୀ ନମ୍ବର ଜାରି

0 61

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରସ୍ତୁତି । ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନୟାଗଡ଼ା ଜିଲ୍ଲା ପ୍ରଭାବିତ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । ବନ୍ୟା, ଜଳବନ୍ଦୀ, ଭୂସ୍ଖଳନ କିମ୍ବା ପବନ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବା ଆଶଂକା ରହିଛି, ସେହି ଜିଲ୍ଲାରେ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ସହାୟତା ଲାଗି ଟୋଲ୍ ଫ୍ରୀ ନମ୍ବର -୧୫୫୪ ଜାରି କରାଯାଇଛି । ୪୨ଟି ଓଡ୍ରାଫ୍, ୧୦୨ରୁ ଊଦ୍ଧ୍ୱର୍ ଫାୟାର ସର୍ଭିସ୍ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ରଖାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଆସିଛି ୧୩ଟି ଏନଡିଆରଏଫ୍ ଟିମ୍ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ଟିମ୍ ମୁତୟନ ହେବେ । ଗଜପତି, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବେ । ବାଲେଶ୍ୱର ଓ ମାଲକାନଗିରିରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯିବ ।

hiranchal ad1
Leave A Reply

Your email address will not be published.

fourteen + nine =