୧୨ ଟ୍ରେନ୍‌ ବାତିଲ୍‌

0 76

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍‌ ଠାରେ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରୁ ଛାଡୁଥିବା /ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତୟାତ କରୁଥିବା ୧୨ଟି ଟ୍ରେନ ବାତିଲ ରହିବ । ସେହିପରି ୪ ଟି ଟ୍ରେନ୍‌ ଆଂଶିକ ବାତିଲ ହେବାକୁ ଥିବା ବେଳେ ଗୋଟିଏ ଟ୍ରେନ୍‌ ର ଗତିପଥ ପରିବର୍ତନ କରାଯାଇଛି ।
ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୨୮୨୧/୧୨୮୨୨ ଶାଲିମାର-ପୁରୀ-ଶାଲିମାର ଧଉଳୀ ଏକ୍ସପ୍ରେସ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ । ୧୨୦୭୩/୧୨୦୭୪ ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ହୋଇ ରହିବ । ୧୮୦୩୭/୦୮୦୩୮ ଯାଜପୁର କେନ୍ଦୁଝର ରୋଡ଼-ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରୁ ୩୧ ଜାନୁୟାରୀରୁ ୩ ଫେବୃଆରୀ ପର୍ଯ୍ୟନ୍ତ ଏବଂ ଖଡ଼ଗପୁରରୁ ୧ ରୁ ୫ ଫେବୃଆରୀ ପର୍ଯ୍ୟନ୍ତ ବାତିଲ ହୋଇ ରହିବ ।୧୮୦୪୫/୧୮୦୪୬ ଶାଲିମାର-ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ ଶାଲିମାର ଠାରୁ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ ୩୧ ଜାନୁୟାରୀରୁ ୩ ଫେବୃଆରୀ ପର୍ଯ୍ୟନ୍ତ ବାତିଲ ହୋଇ ରହିବ । ୨୨୮୫୩/୨୨୮୫୪ ଶାଲିମାର-ବିଶାଖାପାଟନମ୍‌-ଶାଲିମାର ଏକ୍ସପ୍ରେସ ୧ ଫେବୃଆରୀ ଦିନ ଶାଲିମାରରୁ ଏବଂ ୨ ଫେବୃଆରୀ ଦିନ ବିଶାଖାପାଟନମରୁ ବାତିଲ ହୋଇ ରହିବ ।୧୨୮୮୧/୧୨୮୮୨ ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ ୦୧ ଏବଂ ୩ ଫେବୃଆରୀ ଦିନ ଏବଂ ପୁରୀ ଠାରୁ ୩୧ ଜାନୁୟାରୀ ଏବଂ ୨ ଫେବୃଆରୀ ଦିନ ପୁରୀରୁ ବାତିଲ ହୋଇ ରହିବ ।୧୨୨୪୫/୧୨୨୪୬ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏକ୍ସପ୍ରେସ ହାଓଡ଼ା ଠାରୁ ୦୧ ଓ ୫ ଫେବୃଆରୀ ଦିନ ଏବଂ ଯଶୋବନ୍ତପୁର ଠାରୁ ୩୧ ଜାନୁଆରୀ ଏବଂ ୩ ଫେବୃଆରୀ ଦିନ ବାତିଲ ରହିବ ।୨୨୮୩୫/୨୨୮୩୬ ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ ୨ ଫେବୃଆରୀ ଦିନ ଏବଂ ପୁରୀ ଠାରୁ ୧ ଫେବୃଆରୀ ୨ ଦିନ ବାତିଲ ରହିବ । ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ ୩ ଫେବୃଆରୀରେ ଭଞ୍ଜପୁରରୁ ଏବଂ ୪ ଫେବୃଆରୀରେ ପୁରୀରୁ ବାତିଲ ରହିବ ।୨୨୮୭୪/୨୨୮୭୩ ବିଶାଖାପାଟନମ୍‌-ଦିଘା-ବିଶାଖାପାଟନମ୍‌ ଏକ୍ସପ୍ରେସ ୩ ଫେବୃଆରୀରେ ବିଶାଖାପାଟନମରୁ ଏବଂ ୪ ଫେବୃଆରୀ ରେ ଦିଘା ଠାରୁ ବାତିଲ ହୋଇ ରହିବ ।୧୨୮୯୫/୧୨୮୯୬ ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ୪ ଫେବୃଆରୀରେ ଶାଲିମାରରୁ ଏବଂ ୩ ଫେବୃଆରୀ । ୨୨୬୦୫/୨୨୬୦୬ ପୁରୁଲିଆ – ଭିଲୁପୁରମ୍‌-ପୁରୁଲିଆ ଏକ୍ସପ୍ରେସ ୪ ଫେବୃଆରୀରେ ପୁରୁଲିଆରୁ ଏବଂ ୨ ଫେବୃଆରୀରେ ଭିଲୁପୁରମରୁ ବାତିଲ ହୋଇ ରହିବ ।
ଖଡ଼ଗପୁର ଏବଂ ବାଙ୍ଗାଲୋର ରଲମଣ୍ଡଳ ଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଫଲକନୁମା ଏକ୍ସପ୍ରେସ ଏବଂ ପ୍ରଶାନ୍ତି ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯିବାକୁ ଏବଂ ପୁରୀ-ଯଶୋବନ୍ତପୁର ଏକ୍ସପ୍ରେସକୁ ପରିବର୍ତିତ ମାର୍ଗରେ ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରାଯିବାକୁ ନିଷ୍ପତି ନିଆଯାଇଛି । ୪ ଫେବୃଆରୀରେ ପୁରୀରୁ ଏବଂ ୫ ଫେବୃଆରୀ ୨୦୨୨ ରେ ୟେସନ୍ତପୁରରୁ ଛାଡିବାକୁ ଥିବା ୨୨୮୮୩/୨୨୮୮୪ ପୁରୀ-ଯଶୋବନ୍ତପୁର-ପୁରୀ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ ପରିବର୍ତେ ଯଶୋବନ୍ତନ୍ତପୁର- ବାଙ୍ଗାରାପେଟ – ଜୋଲାରପେଟାଇ – ରେନିଗୁଂଟା – ଗୁଡ଼ୁର – ବିଜୟୱାଡା ମାର୍ଗରେ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ ଏବଂ ଏହା ୟେଲହଙ୍କା, ହିନ୍ଦୁପୁର, ଧର୍ମାଭରମ, ଅନନ୍ତପୁର, ଧୋନ, ମାରକାପୁର ରୋଡ଼, ନରସାରାଓପେଟ ଏବଂ ଗୁଂଟୁର ଷ୍ଟେସନ ମାନଙ୍କଠାରେ ରହଣି କରିବ ନାହିଁ ।

hiranchal ad1
Leave A Reply

Your email address will not be published.

nine + five =