ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

0 376

ଦଶପଲ୍ଲା : ସକାଳର ଦୁଃଖଦ ଘଟଣା । ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ବିପିନ ନାୟକ(୨୦) । ସୂଚନାନୁସାରେ, ନୟାଗଡ଼ ପୌର ପରିଷଦ ଅନ୍ତର୍ଗତ ୩ୱାର୍ଡ ବଲାଙ୍ଗି ବନ୍ଧ ସାହି ସତ୍ୟ ନାୟକଙ୍କ ୨୦ବର୍ଷିୟା ପୁଅ ବିପିନ ଆଜି ସକାଳୁ ସକାଳୁ ବରପଲ୍ଲୀ ଗ୍ରାମ ନିକଟରେ ଥିବା ବିଲକୁ ରେଳ ଲାଇନ କ୍ରସ କରି କାମ କରିବାକୁ ଯାଉଥିଲେ । ଉକ୍ତ ସମୟରେ ଏକ ଟ୍ରେନ ଧକ୍କା ଦେଇଥିଲା । ଯାହାଫଳରେ ଉକ୍ତ ଯୁବକ ଜଣଙ୍କର ଡ଼ାହାଣ ଗୋଡ଼ର ପାଦ କଟିଯାଇଥିଲା । ସ୍ଥାନୀୟ ଲୋକ ଉକ୍ତ ଯୁବକ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ବିପିନଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ବିପିନ କାନକୁ କିଛି ଶୁଭୁ ନଥିବା କାରଣରୁ ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ଆଲୋଚନା କରାଯାଉଛି ।

hiranchal ad1
Leave A Reply

Your email address will not be published.

13 − one =