ବୌଦ୍ଧରେ ଏବର୍ଷ ରଥଯାତ୍ରା ବନ୍ଦ, କେବଳ ଠାକୁରଙ୍କ ନୀତିକାନ୍ତି ପାଳନ

0 958

ବୌଦ୍ଧ:ଚଳିତବର୍ଷ ବୌଦ୍ଧରେ ରଥଯାତ୍ରା ପାଳନକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଥିଲା ଆଜି ତାର ଯବନିକା ପଡିଛି । ରଥଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମନା କରିଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ଏହା କହିଛନ୍ତି । କେବଳ ଠାକୁରଙ୍କର ସମସ୍ତ ବିଧି, ନୀତିକାନ୍ତି ମନ୍ଦିର ପରିସରରେ ସେବାୟତମାନଙ୍କୁ ନେଇ ଅନୁଷ୍ଠିତ ହେବ । ଏଥିରେ କୌଣସି ଭକ୍ତ ସାମିଲ ହେବେନାହିଁ । କୋଭିଡ-୧୯ ଗାଇଡଲାଇନ ଆଧାରରେ ସମସ୍ତ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ବାରଣ ଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ । ଆଜି ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାଏକ, ସିଡିଏମଓ ଡା. ଲକ୍ଷ୍ମୀଧର ସାହୁ, ମନ୍ଦିର ପରିଚାଳନା କମିଟି ସଭାପତି ରଘୁନାଥ ଷଡଙ୍ଗୀ, ବ୍ରାହ୍ମଣ ସମାଜର ସଂପାଦକ ଶଙ୍କର ପ୍ରସାଦ ପୁରୋହିତ, ସଦସ୍ୟ ଅଖିଳଚାନ୍ଦ ମହାପାତ୍ର, ସଂକୀର୍ତ୍ତନ୍ୟ ମଣ୍ଡଳୀର କର୍ମକର୍ତ୍ତାମାନଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏହି ଆଦେଶ ଜିଲ୍ଲାର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିର କ୍ଷେତ୍ରରେ ମଧ୍ୟ ଲାଗୁହେବ ।

hiranchal ad1
Leave A Reply

Your email address will not be published.

two × 3 =