ଯକ୍ଷ୍ମା ରୋଗର ପ୍ରତିରୋଧ ଟିକା କରଣ ତାଲିମ

0 136

ନୟାଗଡ଼ : ନୟାଗଡ଼ ବ୍ଲକ ଇଟାମାଟି ଥାନା ଅଧିନ ବଡ଼ ପଣ୍ଡୁସର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସଙ୍କ ତତ୍ୱାବଧାନରେ ଯକ୍ଷ୍ମା ରୋଗର ପ୍ରତିରୋଧ ପାଇଁ ଟୀକା କରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ବେଛାସେବୀ ମାନେ ଘରକୁ ଘର ବୁଲି ୧୮ବୟସରୁ ଉର୍ଦ୍ଧ ବୟସ୍କ ମାନଙ୍କ ପାଇଁ ବିସିଜି ଟୀକା ନେବା ପାଇଁ ସଚେତନତା କରାଇବେ I ମାତ୍ର ଏହି ଟୀକା ଗର୍ଭବତୀ ମହିଳା ବା ସ୍ତନ୍ୟ ପାନ କରାଉଥିବା ମା ଏବଂ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ରେ ଥିବା ବ୍ୟକ୍ତି ମାନେ ନେଇ ପାରିବେ ନାହିଁ, ଏହି ଟୀକାକରଣ କେନ୍ଦ୍ରରେ ଓ ସ୍ୱାସ୍ଥ୍ୟ ଅଭିଯାନ ଚାଲୁଥିବା ସମୟରେ ବିନା ମୂଲ୍ୟରେ ଦିଆ ଯାଇପାରିବ ନିବେଦିତା ପ୍ରଧାନଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ କର୍ମୀ, ଓ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରିଣୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା I ଗ୍ରାମକୁ ଗ୍ରାମ ଯାଇ ଟୀକା କରଣ ସମ୍ପର୍କିତ ବ୍ୟକ୍ତି ମାନଙ୍କୁ ଚିନ୍ହଟ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ I ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ, ଓ ବରିଷ୍ଠ ଚିକିତ୍ସା ତଦାରଖ କାରି ଦୀପକ କୁମାର ଦଳ ବେହେରା ପ୍ରଶିକ୍ଷକ ଭାବେ ଯୋଗ ଦେଇ ଥିଲେ I

hiranchal ad1
Leave A Reply

Your email address will not be published.

four × three =