ଘେରାବନ୍ଦୀରୁ ମୁକୁଳିଲେ ମନ୍ତ୍ରୀ ଟୁକୁନି ସାହୁ

0 180

କୁଚିଣ୍ଡା : ଦୀର୍ଘ ୫ ଘଣ୍ଟା ପରେ ଘେରାବନ୍ଦୀରୁ ମୁକୁଳିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । କୁଚିଣ୍ଡା ପୁଲିସର ହସ୍ତ କ୍ଷେପ ପରେ ଏହା ସମ୍ଭବ ହୋଇପାରିଛି । ଘଟଣାସ୍ଥଳରୁ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡିଛି । କୁଚିଣ୍ଡା ପୂର୍ତ୍ତ ବିଭାଗ ଜାକ ବଙ୍ଗଳାରେ ଆଜି ମନ୍ତ୍ରୀଙ୍କୁ ତାଲା ପକାଇ ଦେଇଥିଲେ ବିଜେପି ଓ କଂଗ୍ରେସ କର୍ମୀମାନେ । ଏହାକୁ ନେଇ ବିଜେଡି କର୍ମୀମାନେ ଘୋର ବିରୋଧ କରିଥିଲେ । ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କୁଚିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମନ୍ତ୍ରୀ ଟୁକୁନି ସାହୁଙ୍କୁ ମୁକୁଳାଇଥିଲେ ।

hiranchal ad1
Leave A Reply

Your email address will not be published.

19 + 11 =