ଟୁଟୁଙ୍କୁ ମିଳିଲାନି ଜାମିନ, ଆସନ୍ତା ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

0 83

ବିବାଦୀୟ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୮ ତାରିଖରେ ହେବ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆସନ୍ତା ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନନେଇ ପୁନଃଶୁଣାଣି ହେବାନେଇ ସୂଚନା ମିଳିଛି ।
ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଅଭିଯୋଗରେ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକ । ଟୁଟୁଙ୍କ ନାଁରେ ଦଫା ୩୫୪, ୩୪୧, ୩୨୩, ୨୯୪ ଲାଗିଛି । ପ୍ରଥା ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ୱାତି କମ୍ପେ୍ଲକ୍ସରେ ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସାମ୍ବାଦିକା । ପରେ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ପୋଲିସ ।

hiranchal ad1
Leave A Reply

Your email address will not be published.

2 × 5 =