ଗୁଣାତ୍ମକ ଶିକ୍ଷା ନିମନ୍ତେ ଦୁଇ ଦିନିଆ ତାଲିମ

0 13

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡାର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ବାଲରକ୍ଷା ଭାରତ ଓ ଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ପ୍ରାରମ୍ଭିକ ଭାଷା ଓ ଗଣିତର ଦୁଇଦିନିଆ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ସହ ଶିକ୍ଷା ଅଧିକାରୀ ଜ୍ୟୋସ୍ନା ରାଣୀ ମଲ୍ଲିକଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ଶିଶୁର ଭାଷା ଓ ଗଣିତର ୧୦ ଗୋଟି ଦକ୍ଷତାର ପୂର୍ବ ପ୍ରସ୍ତୁତି ଉପରେ ତାଲିମ୍ ପ୍ରଦାନ କରାଯାଇଥିଲା। ବାଲରକ୍ଷା ଭାରତର ମନୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଷ୍ଟେଟ ମ୍ୟାନେଜର ଡକ୍ଟର ଅଭିଜିତ ଭଦ୍ର, ସୁରେନ୍ଦ୍ର ସାହୁ ଓ ଷ୍ଟାଫ ତାଲିମ୍ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ 40 ଜଣ ଆଞ୍ଚଳିକ ସାଧନ ସଂଯୋଜିକା ଓ ସଂଯୋଜକ ଏବଂ ଏଫ ଏଲ ଏନ ଶିକ୍ଷକ ଶିକ୍ଷତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ – ୩ରୁ ୮ ବର୍ଷର ଶିଶୁଙ୍କ ମୌଳିକ ଭାଷା ଓ ଗଣିତର ବିକାଶ କରାଇବା ଏବଂ ବୁଝିବା ସହିତ ଲେଖି ପଢିପାରିବାରେ ସମର୍ଥ ହେବେ। ବାଲରକ୍ଷା ଭାରତ ତରଫରୁ ଶିଶୁଙ୍କ ଭିତ୍ତିଭୂମି ଶିକ୍ଷାର ସୁଦୃଢ଼ୀକରଣ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ବୁଦ୍ଧିଜୀବୀ ମହାଲରେ ପ୍ରଶଂସା କରାଯାଉଛି।

hiranchal ad1
Leave A Reply

Your email address will not be published.

2 × five =