ରାଜ୍ୟରେ ରେକର୍ଡ ପଜିଟିଭ ଚିହ୍ନଟ, ଦିନକରେ ୭୫୫ କରୋନା ଆକ୍ରାନ୍ତ

0 197

ଭୁବନେଶ୍ୱର : ରାଜ୍ୟରେ ଦିନକୁ କରୋନା ସ୍ଥିତି ଅଣାୟତ ହେବାକୁ ବସିଲାଣି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ । ଜୁଲାଇ ମାସ ଆରମ୍ଭ ହେଉଣୁ କରୋନା ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ଅମୂଲ୍ୟ ଜୀବନ ଏହି ରୋଗରେ ଯାଇଛି । ଆଜି ୭୫୫ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯୫୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୪୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନଗୋଳରୁ ୩,ବାଲେଶ୍ୱରରୁ ୯, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗୀର ୧୨, କଟକରୁ ୫୫, ଦେବଗଡରୁ ୪, ଢେଙ୍କାନାଳରୁ ୪, ଗଜପତିରୁ ୩୦, ଗଞ୍ଜାମରୁ ୩୨୦, ଜଗତସିଂପୁର ୫, ଯାଜପୁରରୁ ୮୬, କନ୍ଧମାଳରୁ ୨, କେନ୍ଦ୍ରାପଡା ୩୨, ଖୋର୍ଦ୍ଧାରୁ ୫୯, କୋରାପୁଟରୁ ୫, ମାଲଗାନଗିରିରୁ ୧୮, ମୟୂରଭଞ୍ଜ ୧୨, ନୟାଗଡରୁ ୧୬, ପୁରୀରୁ ୧୧ ଓ ସମ୍ବଲପୁରରୁ ୨ ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

nine + twelve =