ନୂଆଦିଲ୍ଲୀ : ଚଳିତ ସପ୍ତାହରେ ୱେଷ୍ଟଇଣ୍ଡିଜରେ ଅଣ୍ଡର -୧୯ ବିଶ୍ୱକପ ଆରମ୍ଭ ହେବ । ଭାରତକୁ ଜାନୁଆରୀ ୧୫ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ । ଅଣ୍ଡର -୧୯ ବିଶ୍ୱକପର କ୍ରମାଗତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତ ଜିତିଛି । ଅଭ୍ୟାସ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ନଅ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ହନୁର ସିଂ ଭାରତ ବିଜୟର ହିରୋ ହୋଇଥିଲେ । ହନୁର ୧୦୦ ରନ୍ କରିଥିଲେ ଏବଂ ତାଙ୍କ ଇନିଂସ ଆଧାରରେ ଭାରତ ଗୋଟିଏ ୱିକେଟ୍ ହରାଇ ଆବଶ୍ୟକ୨୬୯ ରନ୍ ଲକ୍ଷ୍ୟ ହାସଲ କରିଥିଲା ।
ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଅଷ୍ର୍ଟ୍ରେଲିଆ କ୍ୟାପଟେନ୍ କପୁର୍ କନୋଲିଙ୍କ ୧୧୭ ରନ୍ ସାହାଯ୍ୟରେ ୪୯.୨ ଓଭରରେ ୨୬୮ ରନ୍ ସଂଗ୍ରହ କରିଥିଲା । କନୋଲି ତାଙ୍କ ଇନିଂସରେ ୧୪ ଚୌକା ଓ ଚାରି ଛକା ମାରିଥିଲୋ ୧୬ ଚୌକା କା ସହାୟତାରେ ହନୁର ୧୦୦ ରନ୍ ସଂଗ୍ରହ କରିଥିଲେ । ସେ ୭୨ ରନ୍ର ଇନିଂସ ଖେଳିଥିବା ଶେଖ ରସିଦଙ୍କଠାରୁ ଭଲ ସମର୍ଥନ ପାଇଥିଲେ । ଏହି ଦୁଇ ଖେଳାଳି ରିଟିୟାର୍ଟ ହଟ୍ ହୋଇ ପାଭିଲିଅନକୁ ଫେରିଥିଲେ । ତାଙ୍କ ସ୍ଥାନରେ ଅଧିନାୟକ ଢୁଲ ଆସି ଅପରାଜିତ ୫୦ ରନ କରି ଦଳକୁ ଜିତାଇଥିଲେ ।
ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ । ବାଂଲାଦେଶ, ଇଂଲଣ୍ଡ ଏବଂ ପାକିସ୍ଥାନ ମଧ୍ୟ ଅନ୍ୟ ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଛନ୍ତି । ଡକୱର୍ଥ-ଲୁଇସ୍ ପଦ୍ଧତି ବ୍ୟବହାର କରି ବାଂଲାଦେଶ ଜିମ୍ବାୱେକୁ ୧୫୫ ରନ୍ରେ ପରାସ୍ତ କରିଛି । ଅନ୍ୟ ଏକ ମ୍ୟାଚରେ ଇଂଲଣ୍ଡ ୟୁଏଇକୁ ହରାଇଥିବା ବେଳେ ପାକିସ୍ତାନ କାନାଡାକୁ ୮ ୱିକେଟରେ ପରାସ୍ତ କରିଛି ।
Sign in
Sign in
Recover your password.
A password will be e-mailed to you.