ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ, ପିସିସି ସଭାପତିଙ୍କ ଶୋକ

0 90

ଭୁବନେଶ୍ୱର: ଆଉ ନାହାନ୍ତି ଉମେଶ ସ୍ୱାଇଁ । ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ୭୬ ବର୍ଷ ବୟସରେ ପୂର୍ବତନ ବାଲିକୁଦା ବିଧାୟକଙ୍କ ଦେହାନ୍ତ । ଜଗତସିଂହପୁର ବାଲିକୁଦାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବିଜୁବାବୁଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭-୧୯୮୦, ୧୯୯୦-୯୫, ୨୦୦୦-୨୦୦୫, ୨୦୦୫-୨୦୦୯ଯାଏ ବିଧାୟକ ଥିଲେ ଉମେଶ । ଜନ୍ମମାଟି ମାଛଗାଁରେ ହେବ ଉମେଶଙ୍କର ହେବ ଶେଷକୃତ୍ୟ ।

hiring

ଛାତ୍ର ଜୀବନରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ମଧୁସୁଦନ ଲ କଲେଜର ସେ ସଭାପତି ଥିଲେ। ସେବେଠୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ  ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିଥିଲା।  ୧୯୭୭-୮୦ ମସିହାରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାର ଶାସନ ଭାର ସମ୍ଭାଳିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉମେଶ ବିଧାୟକ ଭାବେ କାମ କରିଥିଲେ।  ଏହାପରେ ଜନତା ଦଳ ସହ ତିକ୍ତତା ହେବାରୁ ଜନତା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।  କଂଗ୍ରେସରୁ ୨୦୦୦-୨୦୦୪, ୨୦୦୪-୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ।  ଏହାପରେ କିଛି ବର୍ଷ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ଉମେଶଙ୍କର ସେପରି କିଛି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ଗତକାଲି ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।

ସ୍ବାଇଁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ସ୍ବର୍ଗତଃ ଉମେଶ ବାବୁଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା।ତାଙ୍କର ଅକାଳ ବିୟୋଗ ମୋତେ ମର୍ମାହିତ କରିବା ସହ ଅତ୍ୟନ୍ତ ଦୁଃଖ ଦେଇଛି।ସ୍ବର୍ଗତଃ ଉମେଶ ସ୍ୱାଇଁ ଓଡ଼ିଶା ରାଜନୀତି ର ଜଣେ ଟାଣୁଆ ଓ ସଂଗ୍ରାମୀ ନେତା ଥିଲେ। ରାଜନୈତିକ ଜୀବନରେ ବାଲିକୁଦା ନିର୍ବାଚନମଣ୍ଡଳୀ ରୁ ସ୍ବର୍ଗତଃ ସ୍ୱାଇଁ ଚାରି ଚାରି ଥର ନିର୍ବାଚିତ ହୋଇ ବାଲିକୁଦା ଓ ଜଗସିଂହପୁର ଅଂଚଳର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରି ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଥିଲେ।ସେ ଜଣେ ମିଷ୍ଟଭାସି, ଅତ୍ୟନ୍ତ ଦରଦୀ,ଲଢ଼ୁଆ, ପରୋପକାରୀ ରାଜନେତା ଥିଲେ ।ତାଙ୍କ ବିୟୋଗରେ ଜଗସିଂହପୁର ଅଞ୍ଚଳ ସମେତ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଜାଇଛି।ସ୍ବର୍ଗତଃ ସ୍ବାଇଁଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି। ସ୍ବର୍ଗତଃ ସ୍ବାଇଁଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।

hiranchal ad1
Leave A Reply

Your email address will not be published.

11 − 3 =