ପାରଳାଖେମୁଣ୍ଡି : ଆଜି ଅପରାହ୍ନରେ ସ୍ଥାନୀୟ Utec.computer Education କେନ୍ଦ୍ରରେ ଠାରେ ପ୍ରଗତି ମହିଳା ସଙ୍ଗଠନ ଦ୍ୱାରା ଜାତୀୟ ସହିଦ ଦିବସ ପାଳନ ହୋଇସାରିଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋସଂପର୍କ ଅଧିକାରୀ ସ୍ୱରାଜ ସୀସା ଯୋଗଦାନ କରି ସହିଦ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସମ୍ପାଦିକା ତନୁଜା ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ । ସଭାନେତ୍ରୀ ଡି ପ୍ରିୟଙ୍କା ସାମଗ୍ରିକ ଭାବେ ସଭକାର୍ଯ୍ୟଟିକୁ ସମ୍ପାଦନ କରିଥିଲେ । ମୁଖ୍ୟ ଅତିଥି ଆଇନଜୀବୀ ଇତିଶ୍ରୀ ମହାପାତ୍ର, ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ଶୁଭଦର୍ଶନୀ, ସମ୍ମାନିତ ବକ୍ତା ସୁଜାତା ନନ୍ଦ, ସମ୍ମାନୀତ ଅତିଥି ଭାଗବତ ପାଢ଼ୀ, ସଂଯୋଜିକା ସୁଲକ୍ଷଣୀ ଲିମା କରିଥିବା ବେଳେ ମାନସୀ ପଣ୍ଡା, ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା, ସୁଜାତା ପଣ୍ଡିତ ପରିଚାଳନା କରିଥିଲେ । ଶେଷରେ ମୂରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ । ସହିଦ୍ଙ୍କ ସ୍ମୃତିଚାରଣ ହିଁ ସମ୍ପର୍ତିକ ପୀଢ଼ିଙ୍କ ପାଇଁ ଏକ ଆଲୋକ ପଥ ଏବଂ ମାଆ ମାଟି ମାତୃଭୂମିକୁ ଜୀବନଠାରୁ ଅଧିକ ଭଲପାଇବା ନିତାନ୍ତ ଆବଶ୍ୟକ ।