ରଦ୍ଦ ହେଲା ଉତ୍କଳ ବିଶ୍ଵବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତି

0 173

ଭୁବନେଶ୍ୱର: ରଦ୍ଦ ହେଲା ଉତ୍କଳ ବିଶ୍ଵବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତି । ଭାରପ୍ରାପ୍ତ କୁଳପତି ଭାବେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କ ନିଯୁକ୍ତିକୁ କୁଳାଧିପତି ରଦ୍ଦ କରିଛନ୍ତି । ଜୁଲାଇ ୨୨ରେ କୁଳାଧିପତି ରଦ୍ଦ କରିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ ଜେନେରାଲ । ଏହି ନିଯୁକ୍ତିକୁ ଓଡିଶା ବିଶ୍ଵବିଦ୍ୟାଳୟ ଅଧିନିୟମ, ୧୯୮୯ର ଉଲ୍ଲଙ୍ଘନ ବୋଲି ଦର୍ଶାଇ ରୁଜୁ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ବେଳେ ଏହା ଜଣାପଡ଼ିଥିଲା । 

hiring

ତେବେ ପୂର୍ବତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ଯାହାକୁ ବିରୋଧ କରି ଆଇନଜୀବୀ ପ୍ରବୀର ଦାସ ଉଚ୍ଚ ନ୍ୟାୟାଳୟରେ ଜନ ସ୍ୱାର୍ଥ ମାମଲା କରିଥିଲେ।

hiranchal ad1
Leave A Reply

Your email address will not be published.

11 − three =