ଅର୍ଥମନ୍ତ୍ରୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ସୋନପୁର ସହରର ବିଭିନ୍ନ ପ୍ରକଳ୍ପ ଉଦଘାଟିତ

0 187

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ବ୍ରିଜରେ ଉଜ୍ୱଳ ଆଲୋକୀ କରଣ ବ୍ୟବସ୍ଥାକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦଘାଟନ ପୂର୍ବକ ଲୋକାର୍ପଣ କରିଛନ୍ତି । ପ୍ରଥମେ ସୁବର୍ଣ୍ଣପୁର ପୌର ପରିଷଦର ମୋ ଖତ ଯୋଜନାକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବାବେଳେ ସୋନପୁର ବ୍ଲକ ଛକଠାରେ ରାସ୍ତା ପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରି ଉଭୟ ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ ।

hiring

ମହାନଦୀ ହିକୁଡି ଟୋଲଗେଟ ପାର୍ଶ୍ୱରେ ମିଶନ ଶକ୍ତି ପକ୍ଷରୁ ନିର୍ମିତ କାଫେଟେରିଆ ସେଣ୍ଟରକୁ ମଧ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଓ ଶ୍ରୀଯୁକ୍ତ ବେହେରା ଶୁଭ ଉଦଘାଟନ କରିଥିଲେ ଯାହା ଦ୍ୱାରା ଦୂରଦୂରାନ୍ତର ପର୍ଯ୍ୟଟକ ମହାନଦୀ ବ୍ରିଜର ଆଲୋକୀକରଣ ଓ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରର ସୌନ୍ଦର୍ଯ୍ୟକୁ କଫେ ସେଣ୍ଟର ଠାରୁ ମନଭରି ଉପଭୋଗ କରିପାରିବେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ, ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଲୁଣ୍ଡା ହେମସାଗର ଭୋଇ,ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିତାଳି ମହାକୁର,ମିଶନ ଶକ୍ତି ସଂଯୋଜକ କାର୍ତ୍ତିକ ନାୟକ, ମୁଣ୍ଡୋଘାଟ ଜି ପି ସରପଞ୍ଚ ରଞ୍ଜିତା ଭୋଇ, ସମିତି ସଭ୍ୟ ରବି ସେଠୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, ଗଣମାଧ୍ୟମ, ବୁଦ୍ଧିଜୀବୀ ଯୋଗଦେଇ ଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =