ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଭଟଲୀର କେଲେଣ୍ଡାପାଲି ସରପଞ୍ଚ ମତଦାନ ସ୍ଥଗିତ

0 82

ଭୁବନେଶ୍ୱର,୧୫/୨ : ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଲେଣ୍ଡାପାଲିରେ ଆସନ୍ତାକାଲି ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ ହେବ ନାହିଁ । ଏହାକୁ ସ୍ଥଗିତ ରଖାଯାଇଛି । ଆଜି ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦ ପାଇଁ ଲଢୁଥିବା ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ ଆକସ୍ମିକ ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାପରେ ସରପଂଚ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଭଟଲି ବିଡିଓ ତଥା ନିର୍ବାଚନ ଅଧିକାରୀ ଧୀରେନ୍ଦ୍ର କୁମାର ସେଠୀ । ଏନେଇ ବିଡିଓଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । କାଲି ଭୋଟ ଥିବା ବେଳେ ଆଜି ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

eighteen − 13 =