ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଲାଞ୍ଜିଗଡରେ଼ ନୂତନ ଜୀବିକା ପ୍ରକଳ୍ପର ଶୁଭାରମ୍ଭ, ଛେଳି ଚାଷ ଆୟବୃଦ୍ଧିରେ ସହାୟକ ହେବ

0 59

ଭବାନୀପାଟଣା: ବେଦାନ୍ତ ଆଲୁମିନିୟମ ଲିମିଟେଡ଼ ଲାଞ୍ଜିଗଡ଼, ଲାଞ୍ଜିଗଡ ବ୍ଲକର ଭଟାଙ୍ଗପଦର ଗ୍ରାମ ପଂଚାୟତରେ ଏକ ନୂତନ ଛେଳି ଚାଷ ପ୍ରକଳ୍ପ ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଟାଙ୍ଗପଦରରେ ୨୬ ଟି ଗାଁର ଲୋକଙ୍କୁ ୨୦୦ରୁ ଅଧିକ ଛେଳି ବଂଟନ କରାଯାଇଥିଲା । ଏହି ପ୍ରକଳ୍ପ କୃଷକମାନଙ୍କ ପାଇଁ ଅତିରିକ୍ତ ଆୟ ଉତ୍ସ ଭାବେ ଛେଳି ପାଳିବାକୁ ଉତ୍ସାହିତ କରିବ, ଫସଲ ଚାଷ ସହିତ ସେମାନଙ୍କ ରୋଜଗାରକୁ ବୃଦ୍ଧି କରିବାରେ ସହାୟକ ହେବ । କମ୍ପାନୀ ସ୍ଥାନୀୟ ପଶୁପାଳନ ବିଶେଷଜ୍ଞଙ୍କ ସହାୟତା ନେଇଛି ଯିଏକି ସପ୍ତାହରେ ଅତିକମରେ ଦୁଇଥର ପ୍ରତ୍ୟେକ ଘର ପରିଦର୍ଶନ କରିବେ ଓ ଛେଳିମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ସଂପର୍କରେ ପରାମର୍ଶ ଦେବେ ।

hiring


ଡେପୁଟି ସିଇଓ-ଆଲୁମିନା ବିଜିନେସ, ଜିଜି ପାଲ ବେଦାନ୍ତ ଲିମିଟେଡ କହିଛନ୍ତିଯେ-ବେଦାନ୍ତ ଲାଞ୍ଜିଗଡ ଆମ ଅପରେସନ ପରିସରରେ ଗୋଷ୍ଠୀ ବିକାଶ ପାଇଁ ଆମେ ପ୍ରତିବଦ୍ଧ । ଆମର ବ୍ୟାପକ ଆୟ ସୃଷ୍ଟି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଆମେ ବିକାଶମୂଳକ ହସ୍ତକ୍ଷେପକୁ ବୃଦ୍ଧି କରିବାକୁ ସିଦ୍ଧାନ୍ତ ନେଇଛୁ । ଆମେ ଗୋଷ୍ଠୀର ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ସକ୍ଷମ କରାଇବା ଲାଗି ଚେଷ୍ଟା କରୁଛୁ ବୋଲି ସୂଚନା ଦେଇଥିଲେ ।
ରାଜ୍ୟସଭା ସାଂସଦ ସୁଜିତ କୁମାର ବେଦାନ୍ତ ଲାଞ୍ଜିଗଡ଼ର ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତିଯେ-ଭଟଙ୍ଗପଦର କଳାହାଣ୍ଡିର ଏକ ସୁଦୂର ଗ୍ରାମ ଓ ସାଂସ୍କୃତିକ ସମୃଦ୍ଧ ସ୍ଥାନ ମଧ୍ୟରେ ଅବସ୍ଥିତ । ଏହି ପ୍ରକଳ୍ପ ଆଖ ପାଖ ଗ୍ରାମ ଗୁଡିକ ପ୍ରତି କଂପାନିର ଏହି ନିଷ୍ଠା ସତରେ ପ୍ରଶଂସନୀୟ । ମୁଁ ମଧ୍ୟ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ବିକାଶ ପଦକ୍ଷେପରେ ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

four + nine =