ଲୋକଙ୍କ ଜୀବନ ସହ ଖେଳୁଛି ବେଦାନ୍ତ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

0 79

ଲୋକଙ୍କ ଜୀବନ ସହ ଖେଳୁଛି ବେଦାନ୍ତ । ବେଦାନ୍ତର ମନମୁଖୀ କାର୍ଯ୍ୟ ପାଇଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଅତ୍ୟାଚାରରୁ ବାଦ ପଡ଼ିନାହାନ୍ତି କଥା କହିପାରୁନଥିବା ପଶୁପକ୍ଷୀ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ପ୍ରୋସେସ ୱାଟର ଲେକ ବନ୍ଧ ଗତ ଶନିବାର ବିଳମ୍ବିତ ରାତିରେ ଭାଙ୍ଗିଯିବା ଫଳରେ ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟ ରାସ୍ତାରେ କିଛି ଘଣ୍ଟା ଧରି ଯାତାୟାତ ଠପ ହୋଇଯାଇଥିବାବେଳେ, ନିକଟରେ ଥିବା ଚାଷୀଙ୍କ ଚାଷଜମି ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ , ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଲାଞ୍ଜିଗଡରେ ବେଦାନ୍ତ କମ୍ପାନୀ ଦ୍ବାରା ନିର୍ମାଣ ହୋଇଥିବା ଏହି ବନ୍ଧଟି ମୁନିଗୁଡା-ଲାଞ୍ଜିଗଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ନାରାୟଣପୁର ମୌଜାର ଉପର ମୁଣ୍ଡରେ ରହିଥିବାବେଳେ ବନ୍ଧଟି ଶନିବାର ବିଳମ୍ବିତ ରାତିରେ ଭାଙ୍ଗିଯିବା ଫଳରେ , ବାଲି ,ପଥର, କାଦୁଅ, କଷ୍ଟିକ ପାଣି , ଚାଷ ଜମିରେ ପଶିଯାଇଛି। ଏହାଫଳରେ ଚାଷୀଙ୍କର ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ଅନ୍ୟ ପଟେ ନିକଟରେ ଥିବା ବଂଶୀଧାରା ନଦୀରେ ଏହି କାଦୁଅ କଷ୍ଟିକ ପାଣି ପ୍ରବାହିତ ହେଉଥିବାରୁ ନଦୀ କୂଳରେ ଥିବା ବିଭିନ୍ନ ଗ୍ରାମର ଲୋକ ଭୟଭୀତ ଥିବା ଜଣାପଡିଛି । ନଦୀରୁ ପାନୀୟ ଜଳ ଯୋଗାଣ ହେଉଥିବାବେଳେ ଅଞ୍ଚଳବାସୀ ଗାଧୋଇବା ତଥା ଗୃହପାଳିତ ପଶୁଙ୍କ ପାନୀୟଜଳ ପାଇଁ ଏହି ନଦୀ ଉପରେ ନିର୍ଭର କରିଥାନ୍ତି । ଏପରି ସ୍ଥିତିରେ ନଦୀରେ ବିଷାକ୍ତ ଓ ଦୂଷିତ ଜଳ ପ୍ରବାହିତ ହେଉଥିବାରୁ ଅଞ୍ଚଳବାସୀ ଆଶଙ୍କାରେ ରହିଛନ୍ତି । ହୁଡ଼ା ଭାଙ୍ଗିବା କଷ୍ଟିକ ପାଣି ନିର୍ଗତ ହେବା ପରେ ବେଦାନ୍ତ କର୍ତ୍ତୃପକ୍ଷ ଜେସିବି ମେସିନ ଲଗାଇ ହୁଡ଼ାର ମରାମତି ଆରମ୍ଭ କରିଛନ୍ତି , କିନ୍ତୁ ଅନ୍ୟପଟେ କ୍ଷତିଗ୍ରସ୍ତ ଅଞ୍ଚଳକୁ କମ୍ପାନୀ ପକ୍ଷରୁ ଅବରୋଧ କରାଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କ୍ଷତି ପୂରଣ ଦାବିରେ କିଛି ଚାଷୀ ବେଦାନ୍ତ ମୂଖ୍ୟ ଫାଟକ ଅବରୋଧ କରି ଧାରଣାରେ ବସିଥିବା ନେଇ ସୂଚନା ମିଳିଛି ।

hiring

ଏହାପରେ ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀ ବେଦାନ୍ତ କର୍ତ୍ତୃପକ୍ଷ ଓ ଲାଞ୍ଜିଗଡ ଅଞ୍ଚଳର ଜନସାଧାରଣ ଓ ଚାଷୀଙ୍କ ମଧ୍ୟରେ କ୍ଷତିପୂରଣ ପାଇଁ ଆଲୋଚନା ଚାଲିବାପରେ ।ଦୀର୍ଘ ସମୟର ବ୍ୟବଧାନ ପରେ ସରକାରଙ୍କ ନିୟମାବଳି ଅନୁସାରେ ସର ଜମିନ ତର୍ଜମା କରି ସମସ୍ତ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ଆଶ୍ଵାସନା ଦେବାପରେ ଚାଷୀ ଧାରଣାରୁ ଓହରିଥିଲେ ।
ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଙ୍କ ପୁଅ ଙ୍କ ସହିତ ସ୍ଥାନୀୟ କଂଗ୍ରେସ ନେତ୍ରବୃନ୍ଦ ସରଜମିନ ତଦନ୍ତ ପାଇଁ ଯାଇଥିବାବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ l ଆଗାମୀ ସାତ ଦିନ ମଧ୍ୟରେ ଚାଷୀଙ୍କୁ ହୋଇଥିବା ,କ୍ଷତିର ପାଞ୍ଚ ଗୁଣା କ୍ଷତିପୂରଣ ନଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ମନୋଜ କୁମାର ନାଏକଙ୍କ ରିପୋର୍ଟ ହିରାଞ୍ଚଳ ଲାଇଭ

hiranchal ad1
Leave A Reply

Your email address will not be published.

16 − 10 =