ବେଦାନ୍ତ ପରିସରରେ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ “ବନ୍ଦେ ଉତ୍କଳ ଜନନୀ’ ଗାନ କଲେ କର୍ମଚାରୀ

0 115

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମର୍ଥନ କରି ରାଜ୍ୟରେ କରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ଦିଗରେ ନିରନ୍ତର କାର୍ଯ୍ୟରତ ଥିବା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ବେସରକାରୀ ସଂସ୍ଥାଙ୍କ କର୍ମୀବୃନ୍ଦ ତଥା ସମାଜସେବୀଙ୍କ ନିଃସ୍ୱାର୍ଥପର ସେବାର ସମ୍ମାନ ଜଣାଇ ବେଦାନ୍ତ ଓଡିଶାର କର୍ମକର୍ତ୍ତା, ପରିବାରବର୍ଗ ତଥା ସହକାରୀ ସଂସ୍ଥା କର୍ମଚାରୀମାନେ କଂପାନୀ ପରିସରରେ “ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ପ୍ରତି ସମ୍ମାନ ବ୍ୟକ୍ତ କରି ବେଦାନ୍ତ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରି ସି.ଏନ୍‌. ସିଂହ କହିଛନ୍ତି ଯେ, କୋଭିଡ-୧୯ ସଂକ୍ରମଣର ପ୍ରତିରୋଧ ଦିଗରେ ତଥା ରାଜ୍ୟବାସୀଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାରେ ଓଡିଶା ସରକାରଙ୍କ କୁଶଳୀ ନୀତି ପ୍ରଶଂସନୀୟ ଅଟେ । ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ କଂପାନୀ ବେଦାନ୍ତ ତରଫରୁ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସେମାନଙ୍କ ଅହରହ ସେବା ତଥା ପ୍ରଚେଷ୍ଟା ସକାଶେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି । ଏହି ସମୟରେ ଆମେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ନେଇ ଆମେ ଉଦ୍ୟମ ଜାରି ରଖିବୁ । ବେଦାନ୍ତର ଝାରସୁଗୁଡା ଏବଂ ଲାଞ୍ଜିଗଡ ସ୍ଥିତ କଂପାନୀ ପରିସରରେ ଏକ ହଜାରରୁ ଉର୍ଦ୍ଧ୍ୱ କଂପାନୀ ଏବଂ ସହାୟକ ସଂସ୍ଥା କର୍ମଚାରୀ ତଥା ଟାଉନସିପରେ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ରହି ରାଜ୍ୟ ସରକାର ଏବଂ କୋଭିଡ ଯୋଦ୍ଧାଙ୍କ ଉଦ୍ୟମକୁ ସମ୍ମାନ ଜଣାଇବା ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । କଂପାନୀ ପରିସରରେ ବିଭିନ୍ନ ସ୍ଥାନରେସାମାଜିକ ଦୂରତ୍ୱ ବଜାୟ ରଖି କର୍ମଚାରୀମାନେ ରାଜ୍ୟ ସଂଗୀତ ଗାନ କରିଥିଲେ ।

hiring


ବେଦାନ୍ତ ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀ ସହାୟତା ନେଇ ବିଶେଷ ପଦକ୍ଷେପ ହାତକୁ ନେଇଥିବା ବେଳେ ପାଶ୍ୱର୍ବର୍ତ୍ତୀ କ୍ଷେତ୍ର ମାନଙ୍କରେ ମଧ୍ୟ କୋଭିଡ-୧୯ର ମୁକାବିଲ ପାଇଁ ତୃଣମୂଳସ୍ତରରୁ ପ୍ରସ୍ତୁତି ନେଇ ସହାୟତା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ଝାରସୁଗୁଡା ଏବଂ ଭବାନୀପାଟଣାର ସ୍ଥିତ ସରକାରୀ କୋଭିଡ ହସ୍ପିଟାଲ ପାଇଁ ବେଦାନ୍ତ ସହାୟତା ପ୍ରଦାନ କରିଛି । ଝାରସୁଗୁଡା ସ୍ଥିତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ଭେଣ୍ଟିଲେଟର, କରୋନା କିଟ୍‌, ଅକ୍ସିଜେନ କନସେନଟ୍ରେଟର୍ସ, ନେବୁଲାଇଜର୍ସ ଅନ୍ୟାନ୍ୟ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଉପକରଣ ତଥା ଭିତ୍ତିଭୂମି ବିକାଶ ସହାୟତା ସହିତ ଭାବନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲ ପାଇଁ ସୁରକ୍ଷା ଉପକରଣ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛି କଂପାନୀ । ସେହିପରି ଲକଡାଉନ ସମୟରେ ବେଦନ୍ତ ଝାରସୁଗୁଡା ଏବଂ ଲାଞ୍ଜିଗଡ ପ୍ରକଳ୍ପ ଦ୍ୱାରା ଦିନ ମଜୁରିଆ, ଗରିବ ତଥା ଅସହାୟ ପରିବାରଙ୍କ ପାଇଁ ରାସନ ସାମଗ୍ରୀର ସହାୟତା ସହିତ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଖାଦ୍ୟ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ସେହିପରି ଅଙ୍ଗନବାଡି କର୍ମୀ, ସରକାରୀ ସ୍ୱାସ୍ଥ୍ୟ କର୍ମୀ ତଥା ବେଦାନ୍ତ ସ୍ୱାସ୍ଥ୍ୟ ସଚେତନତା ଦଳ ଭ୍ରାମ୍ୟମଣ ସ୍ୱାସ୍ଥ୍ୟକେନ୍ଦ୍ର(ଏମ୍‌ଏଚୟୁ) କର୍ମୀଙ୍କ ସହାୟତାରେ ଭୂତାଣୁ ସଂକ୍ରମଣ ପ୍ରତିରୋଧକ ତଥା ନିରାକରଣ ନେଇ ୧୦୦ରୁ ଉର୍ଦ୍ଧ୍ୱ ଗ୍ରାମରେ ସଚେତନତା ଅଭିଯାନ କରାଯାଇଛି । କଂପାନୀ ଦ୍ୱାରା ପ୍ରମୁଖ ସାର୍ବଜନିକ ସ୍ଥାନରେ ଧୂମନ ତଥା କୀଟାଣୁଶୋଧନ ପଦକ୍ଷେପ କରାଯାଇଛି । ବେଦାନ୍ତ ପ୍ରୋତ୍ସାହିତ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରସ୍ତୁତ ଦୁଇ ଲକ୍ଷରୁ ଅଧିକ ମାସ୍କ କଂପାନୀ ପାଶ୍ୱର୍ବର୍ତ୍ତୀ ଗ୍ରାମରେ ବିତରଣ ସହିତ ଜିଲ୍ଲା ପ୍ରଶାସନ, ପୁଲିସ ତଥା ଜେଲ୍ ଅଧିକାରୀ, ସାମ୍ବାଦିକ ପ୍ରମୁଖ ସମ୍ବେଦନଶୀଳ କାର୍ଯ୍ୟରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପାଇଁ ମାସ୍କ ସହାୟତା ପ୍ରଦାନ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏହା ଏକ ରୋଜଗାର ସୁବିଧା ମଧ୍ୟ ହୋଇପାରିଛି । ସ୍ୱଇଚ୍ଛାରେ ବେଦାନ୍ତର ଉଭୟ ୟୁନିଟର କର୍ମଚାରୀ ଏବଂ ସହାୟକ କଂପାନୀ କର୍ମଚାରୀ କୋଭିଡ-୧୯ର ମୁକାବିଲା ନେଇ ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି । ପ୍ରକଳ୍ପ ପାଶ୍ୱର୍ବର୍ତ୍ତୀ ଅଂଚଳରେ ଚାଷୀଙ୍କ ଆଜୀବିକା ପାଇଁ ସହାୟତା ପ୍ରଦାନ କରାଯାଇଛି ।
ଅଦ୍ୟାବଧି ଓଡିଶାରେ ୫୦ହଜାରରୁ ଉର୍ଦ୍ଧ୍ୱ କୋଟିର ନିବେଶ ସହିତ ବେଦାନ୍ତ ପ୍ରାୟତଃ ୩ଶହରୁ ଉର୍ଦ୍ଧ୍ୱ କୋଟି ଗୋଷ୍ଠୀ ସମୁଦାୟଙ୍କ ବିକାଶ ନେଇ ନିବେଶ କରିଛି । ଲାଞ୍ଜିଗଡ ଏବଂ ଝାରସୁଗୁଡା କଂପାନୀ ଦ୍ୱାରା ପ୍ରାୟତଃ ୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜୀବିକାର୍ଜନରେ ସୁବିଧା ମିଳିଥିବା ବେଳେ କଂପାନୀ ରାଜ୍ୟପାଣ୍ଠିକୁ ୧୧ହଜାରରୁ ଉର୍ଦ୍ଧ୍ୱ କୋଟି ଯୋଗଦାନ ଦେଇ ରାଜ୍ୟବାସୀଙ୍କ ସାମାଜିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିନମ୍ର ଭାଗିଦାର ସାଜିଛି ।

hiranchal ad1
Leave A Reply

Your email address will not be published.

four − two =