ଭିସୁଟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ବୁର୍ଲାରେ ଭୟର ବାତାବରଣ : ଅଧ୍ୟାପିକାଙ୍କ ସମ୍ପର୍କ ଯୋଗୁଁ ୧୧ଜଣ ପଜିଟିଭ ଚିହ୍ନଟ

0 205

ସମ୍ବଲପୁର : ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ “ଭିସୁଟ’ କ୍ୟାମ୍ପସରେ ଜଣେ ଅଧ୍ୟାପିକାଙ୍କ ଅବହେଳାରୁ ଏପର୍ଯ୍ୟନ୍ତ ୧୧ଜଣ ପଜିଟିଭ ଚିହ୍ନଟ ହେଲେଣି ଓ ଏହି ସୂଚୀ ଆହୁରି ଆଗକୁ ଯିବ, ଏଥିରେ କୌଣସି ଶଙ୍କା ନାହିଁ । ତାଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସି ପ୍ରଥମେ ୫ଜଣ ପଜିଟିଭ ଚିହ୍ନଟ ହେଲାପରେ ଆଉ ଚାରିଜଣ ଓ ଗତକାଲି ଆହୁରି ୨ଜଣ ଚିହ୍ନଟ ହୋଇଛନ୍ତି । କାଲି ଚିହ୍ନଟ ହୋଇଥିବା ଦୁଇଜଣ ହେଲେ ବୁର୍ଲା ଫାଣ୍ଡିଛକ ପାଖ ଭିସୁଟ କଲୋନୀ ବ୍ୟାରେକର ଜଣେ ୩୮ବର୍ଷୀୟ ସୁରକ୍ଷା କର୍ମଚାରୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଭିସୁଟ କୁଳପତିଙ୍କ ସେକ୍ରେଟାରୀଏଟର ଜଣେ ୫୪ ବର୍ଷୀୟ ଲ୍ୟାବ ଆଟେଣ୍ଡାଣ୍ଟ । ପଜିଟିଭ ଚିହ୍ନଟ ପରେ ସେ ଦୁଇଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ଉକ୍ତ ବ୍ୟାରେକରେ ରହୁଥିବା ଆଉ ୮ଜଣଙ୍କ ସ୍ୱାବ ଓ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେପଟେ ଉକ୍ତ ଆଟେଣ୍ଡାଣ୍ଟଙ୍କ ପତ୍ନୀ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି, ଯିଏକି ହୀରାକୁଦ ମୁଖ୍ୟବନ୍ଧ ବିଭାଗରେ କାମ କରନ୍ତି । ଏଣୁ ଉକ୍ତ କାର୍ଯ୍ୟାଳୟରେ ମଧ୍ୟ ଅନେ ସଂକ୍ରମିତ ହେବାର ଭୟ ରହିଛି । ଏହିପରି ଉକ୍ତ ଅଧ୍ୟାପିକାଙ୍କ ଠାରୁ ଆରମ୍ଭ ହୋଇଥିବା ସମ୍ପର୍କ ସୂଚୀ ଧିରେ ଧିରେ ଜଟିଳ ହୋଇ ବଢିବାରେ ଲାଗିଛି । ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ଜଣେ ଉଚ୍ଚ଼ ଶିକ୍ଷିତା ହୋଇ ମଧ୍ୟ ସେ ପ୍ରଶାସନର ତାଗିଦକୁ ବେଖାତିର କରିବାର ପରିଣାମ ବର୍ତ୍ତମାନ ଅନେକ ନିରୀହ ଲୋକମାନେ ଭୋଗୁଛନ୍ତି ।

hiranchal ad1
Leave A Reply

Your email address will not be published.

4 × two =