ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

0 86

ଗଜପତି ୧୩।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ”ଭୋଟର ସଚେତନତା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ କୁମାର ମହାରଣା ଯୋଗଦେଇ +୨ ଛାତ୍ରୀ ମାନଙ୍କୁ ଭୋଟର ଅଧିକାର, ଭୋଟ ସଚେତନତା, ଭୋଟର ହେବା, ଦେଶ ଗଢିବା, ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟକୁ କିଭଳି ପାଳନ କରାଯିବ ବୁଝାଇଥିଲେ।

hiring

ଭୋଟର ହେଲପ୍ ଲାଇନ୍ ଆପ୍ ମାଧ୍ୟମରେ ନିଜର ମୋବାଇଲ୍ ମାଧ୍ୟମରେ କିଭଳି ଭୋଟର ଚିଠାରେ ନାମ ପଞ୍ଜିକରଣ କରିବେ ତାହା ସୁନ୍ଦର ଭାବରେ ବୁଝାଇଥିଲେ। ଉପଜିଲ୍ଲାପାଳ ଶ୍ରୀ ମହାରଣା ଅତି ସୁନ୍ଦର, ସରଳ ଭାବରେ କିଭଳି ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ ସହିତ ପରିବାରର ଅନ୍ୟ ମାନଙ୍କର ଯଥା ପାଖ ପଡୋଶୀଙ୍କୁ ବୁଝାଇବେ ଏବଂ ଚିତ୍ର, ବକ୍ତୁତା ଏବଂ ରାଲି ମାଧ୍ୟମରେ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ କମ୍ ସମୟ ମଧ୍ୟରେ ପରିଚାଳନାର ନେତୃତ୍ବ ନେଇଥିଲେ ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀ, ପ୍ରାଧ୍ୟାପିକା ଡ଼.ମନୋଶ୍ୱିନୀ ଦାସ, ଅଧ୍ୟାପକ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ, ଗୁରୁ ରଘୁନାଥ ପାତ୍ର, କ୍ରୀଡା ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ସଫଳ କରାଇଥିଲେ ।

hiranchal ad1
Leave A Reply

Your email address will not be published.

20 − nineteen =