ପାରଳାଖେମୁଣ୍ଡି : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା – ୦୧ : ୦୮ :୨୦୨୨ରିଖ ଠାରୁ ତା – ୩୧.୦୩.୨୦୨୩ରିଖ ପର୍ଯ୍ୟନ୍ତ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ନମ୍ବରକୁ ସଂଯୋଗକରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଅଛି । ଯେଉଁ ଭୋଟରମାନଙ୍କର ମୂଳ ଭୋଟର ତାଲିକାରେ ନାମ ଥିବ ସେମାନେ ନିଜ ବୁଥ୍ ସ୍ତରୀୟ ଅଧିକାରୀ ବା ନିଜେ ଭୋଟର ହେଲପ୍ ଲାଇନ୍ ଆପ୍ ମାଧ୍ୟମରେ ଫର୍ମ ନଂ- ୬ବି ରେ ଆବେଦନ କରିପାରିବେ । ଭୋଟର ତାଲିକାର ନମ୍ବର ସହ ଆଧାର ନମ୍ବରକୁ ସଂକୋଗ କରିବା ନିହାତି ଆବଶ୍ୟକ । ଆଧାର ବ୍ୟତିତ ସେମାନେ ନିଜର ପାନ୍ କାର୍ଡ, ବେଷ୍ଟ୍ ପାସ୍ ବହିର ନକଳ, ଡ୍ରାଇଭିଙ୍ଗ ଲାଇସେନ୍, ପାସ୍ପୋର୍ଟର ନକଲ ଦେଇ ସେମାନେ ଭୋଟ ପରିଚୟର ନମ୍ବର ସହ ସଂଯୋଗ କରିପାରିବେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା – ୨୪ , ୦୯ , ୨୦୨୨ରିଖ ( ରବିବାର ) ଦିନ ସ୍ୱତନ୍ତ୍ର ଦିବସ ହିସାବରେ ବିବେଚନା କରି ପ୍ରତିଟି ଭୋଟରଙ୍କୁ ଭୋଟର ପରିଚୟ ପତ୍ରର ନମ୍ବର ସହ ଆଧାର ନମ୍ବରକୁ ସଂଯୋଗ କରିବାପାଇଁ ଅଗ୍ରାଧିକାର ଦିଆଯିବ । ପ୍ରତି ବର୍ଷ ଜାନୁୟାରୀ ମାସ ୧ ତାରିଖକୁ ଯୋଗ୍ୟ ବିବେଚିତ ତାରିଖ ଭାବରେ ଗ୍ରହଣ କରି ଭୋଟର ତାଲିକା ପ୍ରସ୍ତୁତ କରାଯାଉଥିଲା , କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଚାରୋଟି ଯୋଗ୍ୟ ତାରିଖ ଯଥା- ପ୍ରତି ବର୍ଷର ଜାନୁୟାରୀ, ଏପ୍ରେଲ୍ , ଜୁଲାଇ ଏବଂ ଅକ୍ଟୋବର ମାସର ଏକ ତାରିଖକୁ ଯୋଗ୍ୟ ତାରିଖ ଭାବରେ ଗ୍ରହଣ କରିଛନ୍ତି । ତେଣୁ ଜଣେ ଭୋଟର ନିଜର ବୟସ ୧୮ ବର୍ଷରେ ପଦାର୍ପଣ କଲେ ନିଜର ନାମକୁ ଭୋଟର ତାଲିକାରେ ଯୋଗ କରିବା ସୁଗମ ହେବ । ପୂର୍ବ ପ୍ରଚଳିତ ଫର୍ମ – ୬ ( ନୂତନ ଭାବେ ନାମ ପଞ୍ଜିକରଣ କରିବା ) , ୭ ( ଭୋଟର ତାଲିକାରୁ ନାମ ବାଦ କରିବା ), ୮ ( ଭୋଟର ତାଲିକାରେ ଥିବା ତଥ୍ୟକୁ ସଂଶୋଧନ କରିବା ), ୮କ ( ନିଜ ବୁଥ୍ ରେଥିବା ଗୋଟିଏ ଅନୁଭାଗରୁ ଅନ୍ୟ ଅନୁଭାଗକୁ ସ୍ଥାନ ପରିବର୍ତ୍ତନ କରିବା ବା ନିଜ ନିର୍ବାଚନ ମଣ୍ଡଳିର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତରଣ କରିବା , ୦୦୧ ( ଦୋହରା ପରିଚୟ ପତ୍ର ପାଇଁ ଆବେଦନ କରିବା ) ପାଇଁ ବ୍ୟବହୃତ ହେଉଥିଲା , କିନ୍ତୁ ବର୍ତ୍ତମାନ ଫର୍ମ ନଂ ୮କ ଏବଂ ୦୦୧ କୁ ନିର୍ବାଚନ ଆୟୋଗ ବାଦ ଦେଇଛନ୍ତି ଏବଂ ଫର୍ମ ୬ , ୭ , ୮ ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଯୋଗ୍ୟ ବିବେଚିତ ଭୋଟର ଅନ୍ ଲାଇନ ବା ଅଫଲାଇନ୍ ମାଧ୍ୟମରେ ନିଜେ ଆବେଦନ କରିପାରିବେ । ଜଣେ ଅଫଲାଇନ୍ ( ERO Net ), ଅନଲାଇନ୍ Garuda App ) ବୁଥ୍ ସ୍ତରିୟ ଅଧିକାରୀଙ୍କ ଠାରେ , ଭୋଟର ହେଲପ୍ ଲାଇନ ଆପରେ , ଭୋଟର ପୋର୍ଟାଲ୍ , ନେସନାଲ୍ ଭୋଟର ସର୍ଭିସ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ବିବେଚିତ ୪୫୮୦ ଭୋଟରଙ୍କୁ ନିଜ ନିଜର ଭୋଟର କାର୍ଡ Speed Post ମାଧ୍ୟମରେ ପ୍ରେରଣ କରାଯାଇଅଛି । ଏଥ୍ରେ ଭୋଟରଙ୍କୁ କୌଣସି ଦେୟ ଦେବାକୁ ପଡିବନାହାଁ ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତାରେ ଉକ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ନିର୍ବାଚନ ଦାୟିତ୍ୱରେ ଥିବା ଅଚୁତା ନନ୍ଦ ଜାନି ଏବଂ ଜାତୀୟ କଂଗ୍ରେସ, ସିପିଆଇ, ବିଜେଡି ଦଳ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।