ଚାଷୀ ତାଲିକାରେ ବ୍ୟାପକ ଅନିୟମିତତା, ଧାରଣାରେ ବସିଲେ ଚାଷୀ

0 131

ଦଶପଲ୍ଲା: ନୟାଗଡ ଜିଲ୍ଲା ଶରଣକୁଳ ସେବା ସମବାୟ ସମିତିରେ ଗତ ଦୁଇବର୍ଷ ମଧ୍ୟରେ ଚାଷୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ସମିତିର ସମ୍ପାଦକ ନକଲି ଏବଂ ଭୁତ ଚାଷୀଙ୍କ ନାଁରେ ପ୍ରାୟ ୧ କୋଟି ଟଙ୍କା ହଡପ କରିଥିବାର ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାର ତଦନ୍ତ ଦାବିରେ ଶରଣକୁଳର ଚାଷୀ ଗୋପାଳ କୃଷ୍ଣ ଆଜାଦ ଧାରଣାରେ ବସିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଶରଣକୁଳ ପ୍ୟାକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାଷୀ ତାଲିକା ସୂଚନା ଆଇନରେ ସମିତି ସମ୍ପାଦକଙ୍କୁ ତଥ୍ୟ ମାଗିଥିଲେ । ହେଲେ ଧରା ପଡିବା ଭୟରେ ସମ୍ପାଦକ ତାଲିକା ପ୍ରଦାନ କରୁ ନାହାଁନ୍ତି । ଚାଷୀ ତାଲିକା ସମିତି ସମ୍ପାଦକଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଥିବା ସତ୍ତେ୍ୱ ସୂଚନା ଆଇନରେ ସମ୍ପାଦକ ଲୁଚାଇ ରଖିବା ସମ୍ପାଦକଙ୍କ ସ୍ୱଚ୍ଛତା ପଦାରେ ପକାଇ ଦେଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି । ଧାରଣା କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ମଦନ ମୋହନ ବିଶୋଇ, ପ୍ରଫୁଲ୍ଲ କୁମାର ପାଟ୍ଟଶାଣି, ଲଷ୍ମଣ ଜେନା, ଅକ୍ଷୟ କୁମାର ମଲ୍ଲ ପ୍ରମୁଖ ଯୋଗଦେଇ ଚାଷୀଙ୍କ ଦାବୀକୁ ସମର୍ଥନ କରିଛନ୍ତି । ସୋସାଇଟି ସମ୍ପାଦକ ଚାଷୀ ତାଲିକା ପ୍ରଦାନ କରିବା ପର୍ଯ୍ୟନ୍ତ ଯୁବ ଚାଷୀ ଗୋପାଳକୃଷ୍ଣ ଆଜାଦ ଧାରଣାରେ ବସିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =