ଶୀତରେ ଥରୁଛି ଓଡିଶା

0 38

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି। ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି। ଶୀତରେ ହାତଗୋଡ଼ କୋଲ ମାରିଯାଉଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରିପୋର୍ଟ କରିଛି ଯେ, ସେମିଲିଗୁଡ଼ାରେ ତାପମାତ୍ରା ୩.୫ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି। ଯାହା ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା।
ଜି ଉଦୟଗିରିର ତାପମାତ୍ରା ମଧ୍ୟ ୪ ଡିଗ୍ରି ସେଲସିୟସକୁ ଖସି ଆସିଛି। ଆଇଏମଡି ରିପୋର୍ଟ କରିଛି ଓଡ଼ିଶାର ୧୬ ସହରରେ ତାପମାତ୍ରା ୧୦ ଡିଗ୍ରି ସେଲସିୟସ କିମ୍ବା ତା’ଠାରୁ କମ୍ ରେକର୍ଡ କରାଯାଇଛି।

hiranchal ad1
Leave A Reply

Your email address will not be published.

15 + 9 =