ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ପରେ ତେଜିଲା ଅସନ୍ତୋଷ

0 70

ଘୁ ଉଦୟଗିରି : ଗତକାଲି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାରା ଓଡ଼ିଶାର ୧୦୭ପୌରାଞ୍ଚଳର ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସ୍ଥାନୀୟ ଘୁ.ଉଦୟଗିରି ଏନଏସିରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ସ୍ଥାନୀୟ ଏନଏସିର ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷଣ ବାହାରିବା ପରେ ସ୍ଥାନୀୟ ସହରରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଶୁଣିବାକୁ ମିଳିବା ସହ କେଁକ ମଧ୍ୟ ବାହାରିଛି । ସ୍ଥାନୀୟ ଏନଏସି ଆରମ୍ଭରୁ ଅନୁସୂଚିତ ଜାତିଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ସଂରକ୍ଷଣ ହୋଇନଥିବା ଏବଂ ସେଇଭଳି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷଣ ହୋଇନାହିଁ । ଏହାକୁ ନେଇ ସହରରେ ବହୁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

hiring

ବର୍ତ୍ତମାନର ସଂରକ୍ଷଣକୁ ନେଇ ଅସନ୍ତୋଷ ଦେଖାଦେବା ସହ ଏହାର ପୁନର୍ବିଚାର ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଯଦି ରାଜ୍ୟ ସରକାର ଏହି ସଂରକ୍ଷଣର ପୁନର୍ବିଚାର ନ କରନ୍ତି ତାହାହେଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ନେଇ ସୂଚନା ମିଳିଛି । ବିଜେଡି ଦଳର ବରିଷ୍ଠ ନେତା ବୁଲିଅନ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ମହିଳାଙ୍କ ପାଇଁ ବର୍ତ୍ତମାନ ଏନଏସିର ଅଧ୍ୟକ୍ଷ ପଦବୀ ସଂରକ୍ଷଣ ହୋଇଛି କିଭଳି । ଏନଏସି ଆରମ୍ଭରୁ ଅନୁସୂଚିତ ଜାତିଙ୍କ ପାଇଁ ଥରୁଟିଏ ମଧ୍ୟ ସଂରକ୍ଷଣ କରାଯାଇନାହିଁ ସେହିଭଳି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷଣ କରାଯାଇନାହିଁ । ସମସ୍ତଙ୍କୁ ସମାନ ଭାଗରେ ସଂରକ୍ଷଣରେ ସୁବିଧା ମିଳିବା କଥା । ଆମେ ଏହାର ପୁନର୍ବିଚାର ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ନିକଟରେ ଲିଖିତ ଭାବେ ଉପସ୍ଥାପନ କରିବୁ । ବର୍ତ୍ତମାନ ଅଭିଯୋଗ ନିମନ୍ତେ ୧୫ଦିନ ସମୟ ଅଛି । ସଂରକ୍ଷଣକୁ ନେଇ କେଁ ଆରମ୍ଭ ହେବା ପରେ ଆଗକୁ ରାଜନୀତି କି ରଙ୍ଗ ନେଉଛି ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

two × one =