ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ବିରଳ ପେଣ୍ଟିଂ ଦେଲେ ବିସ୍ମୟ ବାଳିକା ଆନଭି

0 340

ଭୁବନେଶ୍ୱର,୨୧/୪ : ଆମ ଦେଶରେ ଏଭଳି ଅନେକ ଶିଶୁ ଅଛନ୍ତି,ଯେଉଁମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ବୟସ ଅଳ୍ପ ହେଲେ ବି ସେମାନେ ଅବିଶ୍ୱସନୀୟ ଓ ବିସ୍ମୟକର ପ୍ରତିଭା ବଳରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନିଜ ପରିବାର ଓ ଦେଶକୁ ଧନ୍ୟ କରିପାରିଛନ୍ତି । ଏଭଳି ଜଣେ ଶିଶୁ ହେଲେ ଆନଭି ଅଗ୍ରୱାଲ । ବୟସ ମାତ୍ର ଅଢେଇ ବର୍ଷ,କିନ୍ତୁ ପ୍ରତିଭା ଆଶ୍ଚର୍ଯ୍ୟଜନକ । ଏତେ କମ ବୟସରେ ସେ ଅତି ସୁନ୍ଦର ଓ ମନଲୋଭା ଚିତ୍ର ଆଙ୍କି ସମସ୍ତଙ୍କୁ ଚମକ୍ରୃତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ହାତରେ ଅଙ୍କିତ ଚିତ୍ର ଦେଖି ବିମୁଗ୍ଧ ଓ ଆନନ୍ଦିତ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏହି ବିସ୍ମୟ ବାଳିକା ତଥା ଶିଶୁ ଚିତ୍ରକର ଆନଭି । ସାଙ୍ଗରେ ଥିଲେ ତାଙ୍କ ମା’ ଅନୁରାଧା ଅଗ୍ରୱାଲ । ଆନଭି ମୁଖ୍ୟମନ୍ତ୍ରୀ ଦେଇଥିଲେ ତାଙ୍କ ଦ୍ୱାରା ଅଙ୍କିତ ଅନନ୍ୟ ଓ ଚିତ୍ତାକର୍ଷକ ପେଣ୍ଟିଂ ।

hiring

ଆନଭିଙ୍କ ବିରଳ ପେଣ୍ଟିଂ ଦେଖି ମୁଖ୍ୟମନ୍ତ୍ରୀ ଖୁବ ଆନନ୍ଦିତ ହୋଇଥିଲେ ଏବଂ ନିଜର ସ୍ୱାକ୍ଷର ଥିବା ଏକ ଫଟୋ ଦେଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ । ଏବେ ଆନଭି ତାଙ୍କ ପିତାମାତାଙ୍କ ସହ ଭୁବନେଶ୍ୱରରେ ରହୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ସେ ୩୭ଟି ଟେକନିକରେ ୭୨ଟି ଚିତ୍ର ଆଙ୍କି ସାରିଲେଣି । ତାଙ୍କର ବିରଳ ପେଣ୍ଟିଂ ପାଇଁ ସେ ଲଣ୍ଡନସ୍ଥିତ ବୁକ ଅଫ ରେକର୍ଡସ ସମେତ ବିଭିନ୍ନ ସଂସ୍ଥାରୁ ସ୍ୱୀକୃତି ଓ ପ୍ରଶଂସାପତ୍ର ପାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ଆନଭିଙ୍କ ସହ ତାଙ୍କ ଜେଜେମା’ ଓ ଜେଜେବାପା ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 5 =