ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ କର୍କଟ ଦିବସ ପାଳିତ

0 89

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମଳୟ ତ୍ରିପାଠୀଙ୍କ ଅଧକ୍ଷତାରେ ଏକ ସଚେତନ ସଭା ଅନୁଷ୍ଟିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ନୀଳମଣି ଦିଲିପ୍‌ ଚାନ୍ଦ ବେହେରା, ଡ଼ଃ. ଦେବ୍‌ କୁମାର ଡାକୁଆ, ଡ଼ଃ. ଶିଳ୍ପୀ ଦାସ, ନବରଙ୍ଗପୁର ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଗର ସଭାପତି ଡକ୍ଟର ରାଧାନାଥ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ବଣିକ ସଂଘର ସମ୍ପାଦକ ରାକେଶ ଗୁପ୍ତା ପ୍ରମୁଖ ଯୋଗଦେଇ ବିଶ୍ୱ କର୍କଟ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଡକ୍ଟର ମଳୟ ତ୍ରିପାଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଶ୍ୱ କର୍କଟ ଦିବସ ପାଳନର ଆଭିମୁଖ୍ୟ ଉପରେ ଉଲ୍ଲେଖ କରି କର୍କଟ ରୋଗର ଲକ୍ଷଣ ଓ ବିଭିନ୍ନ କାରଣ ସମ୍ପର୍କର ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗୀ ମାନଙ୍କ ଚିକିତ୍ସା କରୁଥିବା ଡ଼ାକ୍ତର ଡାକୁଆ କର୍କଟ ରୋଗ ହେବାର ବିଭିନ୍ନ କାରଣ, ଲକ୍ଷଣ ଓ ତା’ର ନିରାକରଣ କିପରି କରାଯାଇ ପାରିବ ଏବଂ ସେଥି ନିମନ୍ତେ ଜନସଚେତନତାର ଆବଶ୍ୟକତାର ଗୁରୁତ୍ୱ ଥିବା ସମ୍ପର୍କର ଆଲୋକପାତ କରିଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ୩୭ ଜଣ କର୍କଟ ରୋଗରେ ପୀଡିତଙ୍କ ପଞ୍ଜିକରଣ ହୋଇଥିବା ବେଳେ ୧୮ ଜଣଙ୍କର ରେଗୁଲାର ଚିକିତ୍ସା ଚାଲିଥିବା ମୁଖ୍ୟ ଚିକିତ୍ସାଳୟରୁ ପ୍ରକାଶ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ ସୁଶାନ୍ତ ପ୍ରହରାଜ, ଏଡିପିଏଚସିଓ ହନୁମନତ ମାଝୀ, ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ନର୍ସିଂ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ଥିଲେ । ଡିପିଏମ ସୁଶାନ୍ତ କୁମାର ପ୍ରହରାଜ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

20 + 13 =