Yearly Archives

2021

ଜଳିଗଲା କାର୍

ଦଶପଲ୍ଲା,୭/୫- ଆଜି ଅପରାନ୍ହ ସାଢେ ୩ଟା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଏବଂ ସୁବଳୟା ମଧ୍ୟବର୍ତ୍ତୀ ଶନି ମନ୍ଦିର ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ପୋଡି ଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ କାରଟି ନୟାଗଡ଼ରୁ ବଲାଙ୍ଗୀର ଅଭିମୂଖ ଯାଉଥିବା ବେଳେ
Read More...

ବୌଦ୍ଧଜିଲ୍ଲାରେ ସାମ୍ବାଦିକଙ୍କ ଟୀକାକରଣ ଆରମ୍ଭ

ବୌଦ୍ଧ,୭/୫ - ଆଜି ବୌଦ୍ଧଜିଲ୍ଲାରେ ସାମ୍ବାଦିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଘୋଷଣା କରିବା ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାଧାରୀଙ୍କୁ ଟୀକାଦେବାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି
Read More...

ଜବରଦଖଲକାରୀଙ୍କ କବଳରୁ ଜଙ୍ଗଲ ଜମି ଓ ସରକାରୀ ଜମି ଉଚ୍ଛେଦ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ “ସାନହାମରା’…

ଦଶପଲ୍ଲା,୭/୫- ଜଙ୍ଗଲ ଓ ବନ୍ୟ ସମ୍ପଦର ସୁରକ୍ଷା, ଉଜୁଡ଼ା ଜଙ୍ଗଲର ପୁନଃରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ଏବଂ ବୃକ୍ଷରୋପଣ ନିମନ୍ତେ ସରକାର ବନବିଭାଗ ଜରିଆରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ବର୍ଷା କରାଇବାରେ ବୃକ୍ଷର ଭୂମିକା ଅତ୍ୟନ୍ତ
Read More...

ଜିଲ୍ଲା କୃଷି ଅଧିକାରୀଙ୍କ କରୋନାରେ ମୃତ୍ୟୁ

ଦଶପଲ୍ଲା,୭/୫ - ନୟାଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା, ବଢି ଚାଲିଥିବାବେଳେ ଗତକାଲି ନୟାଗଡ ଜିଲ୍ଲା କୃଷି ଅଧିକାରୀ ବସନ୍ତ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ
Read More...

୫୦ ପରିବାରଙ୍କୁ ଆବାସ ଯୋଜନା ସାତସପନ: ୧୦ ବର୍ଷ ହେଲା ସମ୍ବରକଟା ଗାଁକୁ ଗୋଟିଏ ବି ମିଳିନି ଆବାସ ଯୋଜନା

ବୌଦ୍ଧ( ଚିତରଂଜନ ସିଂ) :ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁପକ୍କାଘର ହେଉ ଏସବୁ କଣ ତାହା ଜାଣନ୍ତି ନାହି ଗ୍ରାମବାସି । ଫଳରେ ଆଜକୁ ୧୦ ବର୍ଷ ହେଲା ଗ୍ରାମର ସମସ୍ଥ ହିତାଧିକାରିଙ୍କୁ ମିଳିନି ଆବାସ ଘର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର
Read More...

ମିଳିଲାନି ମହାପ୍ରୟାଣ ଗାଡ଼ି ୭ କିଲୋମିଟର ମୋଟର ସାଇକେଲରେ ବୁହାହେଲା ଶବ

ବାଲିଗୁଡ଼ା,୭/୫:ମିଳିଲାନି ମହାପ୍ରୟାଣ ଗାଡ଼ି, ସାତ କିଲୋମିଟର ବାଇକରେ ବୁହାହେଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦାଗୁଡାରେ । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ଦୁରିଙ୍ଗିପଡି ସାହିର ତିନି ଜଣ ଶିଶୁ ଗତକାଲି ଅପରାହ୍ନରେ ପଂଚାୟତ
Read More...

ଜୁରିଆ ବସଷ୍ଟାଣ୍ଡରେ ପାନୀୟଜଳର ବ୍ୟବସ୍ଥା ପାଇଁ ଦାବି

ଖପ୍ରାଖୋଲ,୭/୫- ପାଟଣାଗଡ଼ରୁ ପଦ୍ମପୁର ଓ ଖପ୍ରାଖୋଲକୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆରେ ସମବାୟ ସମିତି ବ୍ୟାଙ୍କ , କିଓସ୍କ ବ୍ୟାଙ୍କିଙ୍ଗ ଶାଖା
Read More...

ଗୁମାବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣକଲେ ଗୀତାଞ୍ଜଳି ଭୂୟାଁ

ପାରଳାଖେମୁଣ୍ଡି,୭/୫- ଗଜପତି ଜିଲ୍ଲା ଗୁମାବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ପରେ ଗୁମା ବ୍ଲକ ଉପାଧ୍ୟକ୍ଷ ଗିତାଞ୍ଜଳି ଭୂୟାଁଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ଗଜପତି ଜିଲାପାଳଙ୍କ ଅନୁମୋଦନ କ୍ରମେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ବ୍ଲକ ଅଧ୍ୟକ୍ଷା
Read More...

ସିମନବାଡିରେ ଆରମ୍ଭହେଲା ଏଟିଏମ ସେବା

ଦାରିଙ୍ଗବାଡି,୭/୫: ବୁଧବାର ଦିନ ସିମନବାଡି ବଜାରଠାରେ ଆରମ୍ଭହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ସେବା । ସିମନବାଡି ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ବିରେନ ମିତ୍ର ପ୍ରଧାନ, କ୍ୟାସିଅର ଦେବେଶ୍ୱର କହଁର, କର୍ମଚାରୀ ଦୀପକ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏଟିଏମର ଶୁଭାରମ୍ଭ ହୋଇଥିଲା । ସିମନବାଡି
Read More...

କୋଭିଡ୍‌ ସଂକ୍ରମଣରେ ମୃତ୍ୟୁ ଆଶଙ୍କା, କୋଭିଡ୍‌ ଶ୍ମଶାନରେ କବରଦେଲା ପ୍ରଶାସନ

ଦାରିଙ୍ଗବାଡ଼ି,୭/୫: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ପଞ୍ଚାୟତ ତାଗାପାଙ୍ଗା ଗ୍ରାମର ଜନୈକ ବ୍ୟକ୍ତି କିଛିଦିନ ହେଲା ଥଣ୍ଡା, କାଶ ଜ୍ୱରରେ ପୀଡ଼ିତ ଗୁରୁତର ହୋଇ ଗତକାଲି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସେହି
Read More...