Monthly Archives

April 2022

ତୃତୀୟ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନୟାଗଡଙ୍କ ତରଫରୁ ଗ୍ରାମବାସୀଙ୍କୁ
Read More...

ବୌଦ୍ଧଗଡ ଏନଏସିର ଉପାଧ୍ୟକ୍ଷା ଭାବେ ଶୁଭାସିନୀ ସେଠୀ ନିର୍ବାଚିତ

ବୌଦ୍ଧ,୭/୪:- ଆଜି ରାଜ୍ୟରେ ପୌର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବୌଦ୍ଧଗଡ ଏନଏସିରେ ମଧ୍ୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ବୌଦ୍ଧଗଡ ଏନଏସ କାର୍ଯ୍ୟାଳୟ ପରିସରରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଜଣେ ମାତ୍ର କାଉନସିଲର ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ
Read More...

ଖପ୍ରାଖୋଲ ଚାରିଛକରେ ଥିବା ଥଣ୍ଡା ପାନୀୟଜଳ ଅଚଳ

ପାଟଣାଗଡ/ଖପ୍ରାଖୋଲ,୭/୪- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚାରିଛକ ନିକଟରେ ଥିବା ଥଣ୍ଡା ପାନୀୟଜଳ ଦୀର୍ଘଦିନ ଅଚଳ ହୋଇ ପଡ଼ିରହିଛି । ପ୍ରଚଣ୍ଡ ଖରାରେ ରାସ୍ତାରେ ହଜାରହଜାର ଲୋକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରୁଥିବାବେଳେ ଏହି ଚାରିଛକ ନିକଟରେ ଥିବା ଥଣ୍ଡା
Read More...

ସ୍ୱଚ୍ଛତା ପକ୍ଷରେ ପାଳିତ ହେଲା ବ୍ଲକସ୍ତରୀୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ସୁବର୍ଣ୍ଣପୁର : ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ସ୍ୱସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସ୍ୱଚ୍ଛତା ହିଁ ଉତ୍ତମ ସ୍ୱାସ୍ଥ୍ୟର ମୂଳମନ୍ତ୍ର ବୋଲି ଉଲ୍ଲେଖ
Read More...

୧୪ ଦଫା ଦାବି ନେଇ ସୁବର୍ଣ୍ଣପୁରଠାରେ ହଜାର ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବିକୁ ନେଇ ଆଜି ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂସ୍ଥା ଦ୍ୱାରା ଅନୁବନ୍ଧିତ ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କସ
Read More...

ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ

ବୌଦ୍ଧ,୭/୪:- ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଉଦଘାଟିତ ହୋଇଯାଇଛି । ଏହି ଦୁଇଦିନିଆ ପ୍ରଦର୍ଶନୀକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରି ନୂତନ ନୂତନ ବୈଜ୍ଞାନିକ ତଥ୍ୟ ଅନ୍ୱେଷଣରେ ମନୋନିବେଶ କରିବାକୁ ଛାତ୍ରଛାତ୍ରୀ
Read More...

ଆଜି ବି ବଞ୍ଚିଛି ମାନବିକତା : ଗାନ୍ଧୀଙ୍କ ସ୍ୱପ୍ନ ଓ ପରିକଳ୍ପନାକୁ ସାକାର କଲେ ସମାଜସେବୀ ବୃନ୍ଦାବନ ରଥ

ସୁବର୍ଣ୍ଣପୁର : କୁଷ୍ଠ ରୋଗୀଙ୍କୁ ଉତ୍ସର୍ଗୀକୃତ ସେବା ଭଳି ମହାତ୍ମାଗାନ୍ଧୀଙ୍କ ଏଇ ସ୍ୱପ୍ନ ଓ ପରିକଳ୍ପନାକୁ ପ୍ରାୟତଃ ନେତା ତଥା ଲୋକେ କେବଳ ଭାଷଣ ବାଜିରେ ସୀମିତ ରଖିବା ବିଷୟ ଆମେ ଜାଣିଥିଲୁ । କିନ୍ତୁ ଗାନ୍ଧୀଙ୍କ ସେଇ ସ୍ୱପ୍ନ ବା ପରିକଳ୍ପନାକୁ ସାକାର କରି ପ୍ରକୃତ କାର୍ଯ୍ୟରେ ଦେଖାଇ
Read More...

ସିଏମସିର ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

କଟକ: କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ସିଏମସିର ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝୀ । ସେ ବିଜେଡି ଟିକେଟରୁ ୪୯ ନମ୍ବର ୱାର୍ଡରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ୱନ୍ଦିରେ ସେ ନିର୍ବାଚିତ ହୋଇଛନ୍ତି
Read More...

ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୮ଜଣ ସବ୍‌ ଇନ୍ସପେକ୍ଟରଙ୍କ ଅଦଳବଦଳ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୮ଜଣ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ ହୋଇଥିବା ଜଣାପଡ଼ିଛି । ଯଥାକ୍ରମେ ନୟାଗଡ଼ ଟାଉନ୍‌ ଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ଇଟାମାଟି ଥାନା, ଦଶପଲ୍ଲା ଚକ୍ରଧର ସିଂହଙ୍କୁ ଓଡ଼ଗାଁ ଥାନା, ଓଡ଼ଗାଁ ଥାନା ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ାଙ୍କୁ ରଣପୁର
Read More...

ବନ୍ଧୁକ ମୁନରେ ଲୁଟ୍‌, ନେଇଗଲେ ୧ଲକ୍ଷ ୯୦ ହଜାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍‌ । କିଛି ଦୁର୍ବୃତ୍ତ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କୁ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା
Read More...