ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୮ଜଣ ସବ୍‌ ଇନ୍ସପେକ୍ଟରଙ୍କ ଅଦଳବଦଳ

0 431

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୮ଜଣ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ ହୋଇଥିବା ଜଣାପଡ଼ିଛି । ଯଥାକ୍ରମେ ନୟାଗଡ଼ ଟାଉନ୍‌ ଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ଇଟାମାଟି ଥାନା, ଦଶପଲ୍ଲା ଚକ୍ରଧର ସିଂହଙ୍କୁ ଓଡ଼ଗାଁ ଥାନା, ଓଡ଼ଗାଁ ଥାନା ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ାଙ୍କୁ ରଣପୁର ଥାନା, ଓଡ଼ଗାଁ ଥାନା ଏସ୍‌ଆଇ ସ୍ନେହଲତା ପ୍ରଧାନଙ୍କୁ ଦଶପଲ୍ଲା ଥାନା, ରଣପୁର ଥାନା ଏସ୍‌ଆଇ ପ୍ରୀତିପ୍ରକାଶ ମହାନ୍ତିଙ୍କୁ ନୟାଗଡ଼ ଟାଉନ୍‌ ଥାନା, ରଣପୁର ଥାନା ଏସ୍‌ଆଇ ପୁରୁଷୋତ୍ତମ ପ୍ରଧାନଙ୍କୁ ଚାନ୍ଦପୁର ଥାନା, ଚାନ୍ଦପୁର ଥାନାର ଏସ୍‌ଆଇ ଦୁର୍ଯ୍ୟୋଧନ ପଲେଇଙ୍କୁ ରଣପୁର ଥାନା, ଫତେଗଡ଼ ଥାନାର ଏସଆଇ ନିରଞ୍ଜନ କିଶୋର ବଡ଼ଜେନାଙ୍କୁ ଶରଣକୁଳ ଥାନା ଓ ବାଣିଗୋଛା ଥାନା ଏସଆଇ ରମେଶଚନ୍ଦ୍ର ଜେନାଙ୍କୁ ଫତେଗଡ଼ ଥାନାକୁ ବଦଳି କରାଯାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

sixteen + ten =