Yearly Archives

2022

ପାଟିମାଲ ଗାଁରେ ଅଭାବନୀୟ ଘଟଣା ;
ବିଷ ପିଇ ଗୋଟିଏ ପରିବାରର ଦୁଇଜଣ ମୃତ୍ୟୁ, ଜଣେ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି ଗୋଟିଏ ପରିବାରର ମାଆ ଝିଅର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିଶୁ ଗୁରୁତର ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।
Read More...

ପ୍ରହଲ୍ଲାଦ ସହାୟ ମୀନା ହେଲେ ବୌଦ୍ଧର ନୂଆ ଏସପି

ଭୁବନେଶ୍ୱର,(ହୀ.ପ୍ର):ଆଇପିଏସ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ବୌଦ୍ଧ ଜିଲ୍ଲାର ନୂଆ ଏସପି ଭାବେ ନିଯୁକ୍ତ କରାଯାଇଛି । ସେହିପରି,କମିଶନରେଟ ପୁଲିସର ଡିସିପି କ୍ରାଇମ ଓପିଏସ୍‌ ପ୍ରମୋଦ କୁମାର ରଥଙ୍କୁ ଦେବଗଡ ଜିଲ୍ଲା ପୁଲିସ ଏସପି ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ
Read More...

ପାତାଳି ଶ୍ରୀକ୍ଷେତ୍ରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : ଆଜି ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସମସ୍ତଙ୍କର ମିଳିତ ପ୍ରୟାସରେ ସମଗ୍ର ପରିସରରେ ଚନ୍ଦନ, ରୁଦ୍ରାକ୍ଷ,ଚିନିଚମ୍ପା,ସ୍ୱର୍ଣ୍ଣ ଚମ୍ପା, ନାଇଟକୁଇନ୍‌,ମନ୍ଦାର,ବଉଳ, ବୋଗେନଭିଲ୍ଲା, ଟଗର, ତରାଟ ଓ
Read More...

ଆଜିଠାରୁ ଡାକ ଘରେ ମିଳିବ ଜାତୀୟ ପତାକା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ମୁଖ୍ୟ ଡାକଘରେ ସ୍ୱାଧୀନତାର ୭୫ତମ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛି । ଏହାକୁ ଫୁଲବାଣୀ ମୁନିସିପାଲିଟି ପୌରାଧ୍ୟାକ୍ଷା
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିରିମିଆ ପ୍ରଧାନ (୨୭)କୁ ଦୋଷୀ
Read More...

କଳିଙ୍ଗ ଷ୍ଟାଡିୟମରେ ଅଭାବନୀୟ ପରିସ୍ଥିତି :
ଖେଳ ମଝିରେ ପିଟାପିଟି ହେଲେ ଖେଳାଳି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତାରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନେପାଳ ଓ ବାଂଲାଦେଶ ମଧ୍ୟରେ ଖେଳ ଚାଲିଥିବା ବେଳେ ହଠାତ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଯାଇଥିଲା ।ଏହି ଘଟଣାରେ କେତେକ ଖେଳାଳି
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ପୁରୀ : ପୁରୀ ବଲଗଣ୍ଡି ରାୟ ବାହାଦୁର ଲେନ୍‌ର ସ୍ୱର୍ଗତ ପଦ୍ମନାଭ ଦାଶଙ୍କ ଧର୍ମପତ୍ନୀ ରମାମଣି ଦାଶଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଅବସ୍ଥାରେ ଶଯ୍ୟାଶାୟୀ ଥିଲେ । ମଙ୍ଗଳବାର ଅପରାହ୍ନ ଗୋଟାଏ ତିରିଶ ମିନିଟ୍‌ ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
Read More...

ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ

ପାରଳାଖେମୁଣ୍ଡି : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା - ୦୧ : ୦୮ :୨୦୨୨ରିଖ ଠାରୁ ତା - ୩୧.୦୩.୨୦୨୩ରିଖ ପର୍ଯ୍ୟନ୍ତ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ନମ୍ବରକୁ ସଂଯୋଗକରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଅଛି । ଯେଉଁ ଭୋଟରମାନଙ୍କର ମୂଳ ଭୋଟର ତାଲିକାରେ ନାମ ଥିବ ସେମାନେ
Read More...

ପୁନମଙ୍କ ସ୍ୱର୍ଣ୍ଣ ଆଶା ଧୂଳିସାତ :
ଶେଷ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟରୁ ହେଲେ ବିଦା

ବର୍ମିହାମ: ରାଜ୍ୟଗୋଷ୍ଠୀ କ୍ରୀଡା ଭାରୋତ୍ତୋଳନର ଆଜି ଭାରତକୁ ଲାଗିଛି ଝଟକା । ଧୂଳିସାତ ହୋଇଛି ୨୦୧୮ ଗୋଲ୍ଡକୋଷ୍ଟ ସ୍ୱର୍ଣ୍ଣବିଜେତା ପୁନମ ଯାଦବଙ୍କ ସø୍‌ବର୍ଣ୍ଣ ଆଶା । ୭୬ କେଜି ବର୍ଗରେ ସ୍ୱର୍ଣ୍ଣ ଆଶା କରିଥିବା ବେଳେ ସେ ଶେଷ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ୨୦୧୮ରେ
Read More...

ପୁଣି ଇତିହାସ ରଚିଲା ଭାରତ :
ଲନ ବାଉଲ୍ସରେ ପ୍ରଥମ ଥର ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲନ ବାଉଲ୍ସରେ ଭାରତୀୟ ମହିଳା ଦଳକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ । ଇତିହାସ ରଚିଛି ଭାରତୀୟ ମହଳା ଟିମ୍‌ । ଆଜି ଭାରତୀୟ ମହିଳା ଦଳ ଲନ ବାଉଲ୍ସ ୱମେନ ଫୋରସ ଇଭେଣ୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।
Read More...