ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୧୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୬୮୧ରେ ପହଞ୍ଚିଛି । ଚିହ୍ନଟଙ୍କ ମଧ୍ୟରୁ ୮୮୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୯୫ଜଣ ଲୋକାଲ କଣ୍ଟାକ୍ଟ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚ୍ୱିଟର ମାଧ୍ୟମରେ ସୂଚନା ଦିଆଯାଇଛି ।
ଚିହ୍ନଟଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୪, ବାଲେଶ୍ୱର ଜିଲ୍ଲାରୁ ୩୭, ବରଗଡ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୪୦, ବଲାଙ୍ଗୀର ଜିଲ୍ଲାରୁ ୫, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୨୧, ଢେଙ୍କ।ନାଳ ଜିଲ୍ଲାରୁ ୫୧, ଗଜପତି ଜିଲ୍ଲାରୁ ୩୮, ଗଞ୍ଜାମ ଜିଲ୍ଲାରୁ ୨୮୮, ଜଗତସିଂହପୁର ଜିଲ୍ଲାରୁ ୨୦, ଯାଜପୁର ଜିଲ୍ଲାରୁ ୩୯, ଝାରସୁଗୁଡା ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାରୁ ୪୭, କନ୍ଧମାଳ ଜିଲ୍ଲାରୁ ୬୨, କେନ୍ଦ୍ରାପଡା ଜିଲ୍ଲାରୁ ୧୨, କେନ୍ଦୁଝର ଜିଲ୍ଲାରୁ ୬୬, ଖୋର୍ଦ୍ଧା ଜିଲ୍ଲାରୁ ୨୦୧, କୋରାପୁଟ ଜିଲ୍ଲାରୁ ୪୯, ମାଲକାନାଗିରି ଜିଲ୍ଲାରୁ ୩୪, ମୟୁରଭଞ୍ଜ ଜିଲ୍ଲାରୁ ୨୮, ନବରଙ୍ଗପୁର ଜିଲ୍ଲାରୁ ୨, ନୟାଗଡ ଜିଲ୍ଲାରୁ ୩୧, ନୂଆପଡା ଜିଲ୍ଲାରୁ ୩, ପୁରୀ ଜିଲ୍ଲାରୁ ୩୪, ସମ୍ବଲପୁର ଜିଲ୍ଲାରୁ ୮୨, ସୋନପୁର ଜିଲ୍ଲାରୁ ଜଣେ ଓ ସୁନ୍ଦରଗଡ ଜିଲ୍ଲାରୁ ୬୪ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୫୭୦୬୯୦ଟି ସ୍ୱାବ ଟେଷ୍ଟ ହୋଇଥିବା ବେଳେ ୩୭୬୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୨୩୦୭୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୩୫୦ ଏବେ ମଧ୍ୟ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୧୯ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।