କେବେବି ମିଳିନପାରେ କରୋନା ଟୀକା, “ହୁ’ ବିଶ୍ୱବାସୀଙ୍କୁ କରାଇଲା ସତର୍କ

0 202

ନୂଆଦିଲ୍ଲୀ : ଗତବର୍ଷ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ମହାମାରୀରେ ଏପର୍ଯ୍ୟନ୍ତ ପାଖାପାଖି କୋଟିଏ ଲୋକଙ୍କୁ ନିଜର ଶିକାର ବନାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଲାଣି । ଏହି ରୋଗରୁ ବର୍ତ୍ତିବା ପାଇଁ ବିଶ୍ୱର ବହୁଦେଶ ଟୀକା(ଭେକସିନ) ପ୍ରସ୍ତୁତିରେ ଲାଗିପଡିଛନ୍ତି । କୁହାଯାଇଛି ଯେ,ଏହି ଭେକସିନ କୋଭିଡ-୧୯ରୁ ମାନବ ଶରୀରକୁ ବଞ୍ଚାଇପାରିବ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ମାନୁନାହିଁ ।

hiring

ହୁ ର ପ୍ରମୁଖ ଡାକ୍ତର ଟେଡ୍ରୋସ ଏଡୋନୋମ ଗୋବ୍ରିଏସ୍ ଚେତାବନୀ ଜାରି କରି କହିଛନ୍ତି ଯେ, ଭେକସିନ ଦ୍ୱାରା କରୋନା ଶତପ୍ରତିଶତ ଠିକ୍ ହୋଇନପାରେ । ସେ କହିଛନ୍ତି ଯେ, କୋଭିଡ-୧୯ ଟୀକ ମିଳିଯାଇପାରେ, କିନ୍ତୁ କରୋନାକୁ ପ୍ରତିରୋଧ କରିବାରେ “ରାମବାଣ’ ହୋଇପାନପାରେ । ସେ କହିଛନ୍ତି କରୋନାରୁ ଜନତାଙ୍କୁ ମୁକ୍ତିଦେବା ପାଇଁ ସବୁପ୍ରକାର ଚେଷ୍ଟା ଚାଲିଛି । ସେହିପରି କେତେକ ଟୀକା ଏବେ କ୍ଲିନିକାଲ ଟ୍ରାଏଲର ତୃତୀୟ ପର୍ଯ୍ୟୟ ପହଞ୍ଚିସାରିଲାଣି । ଏହି ଟୀକା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ଆମେ ଭାବୁଛୁ ।

hiranchal ad1
Leave A Reply

Your email address will not be published.

fifteen − one =