ଚିନ୍ତା ବଢାଇଲା ଏସସିବି :୨୦ଡାକ୍ତର ହେଲେଣି ଆକ୍ରାନ୍ତ

0 92

କଟକ : କରୋନା ସଂକ୍ରମଣ ଡାକ୍ତରଙ୍କୁ ମଧ୍ୟ ବାଦ ଦେଇନାହିଁ । କରୋନା ଯୋଦ୍ଧା ଭାବରେ ଆଗଧାଡିରେ ରହି କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଉଥିବା ଏସସିବି ତଥା କଟକ ବଡ ଡାକ୍ତରଖାନାର ୨୦ଜଣ ଡାକ୍ତର କରୋନା ଆକ୍ରାନ୍ତ ହେବାପରେ ଚିନ୍ତା ବଢିଯାଇଛି । ଗତ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ କଟକ ବଡ ଡାକ୍ତରଖାନାର ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ବେଳେ ଶନିବାର ଦିନ ସର୍ଜରୀ ବିଭାଗର ୪ଜଣ ପିଜି ଡାକ୍ତର ପିଜିଟିଭ ଚିହ୍ନଟ ହୋଇଥିଲେ । ଏ ସବୁ ମିଶାଇ ଏ ପର୍ଯ୍ୟନ୍ତ ଏସସିବିର ପ୍ରାୟ ୨୦ଜଣ ଡାକ୍ତର ଆକ୍ରାନ୍ତ ହୋଇସାରିଲାଣି । ଏସସିବି ସର୍ଜିର ୱାର୍ଡରେ ଜଣେ ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସି ୪ଜଣ ପିଜି ଡାକ୍ତର ପଜିଟିଭ ହୋଇଥିବା ଜଣାପଡିଛି । ତେବେ ସେମାନଙ୍କଠାରୁ ସ୍ୱାବ ପରୀକ୍ଷା କରାଯାଇ ସଂଗରୋଧରେ ରଖାଯାଇଥିଲା । ୪ଜଣ ପିଜି ଡାକ୍ତରଙ୍କର ପଜିଟିଭ ଆସିବା ପରେ ବଡ ଡାକ୍ତରଖାନାରେ ଅନ୍ୟ ଡାକ୍ତରମାନଙ୍କ ମଧ୍ୟରେ ଭାଲେଣି ପଡିଯାଇଛି । ଇତିମଧ୍ୟରେ ମେଡିସିନ ବିଭାଗର ୨ଜଣ, ଦାନ୍ତ ବିଭାଗର ୨ଜଣ, ପଲ୍ୟୁମନାମୀ ବିଭାଗର ୨ଜଣ, ହାଉସସର୍ଜନ ବିଭାଗର ୨ଜଣ, ନେଟ୍ରୋଲୋଜି ବିଭାଗର ଜଣେ, ଟ୍ରାନ୍ସଫ୍ୟୁଜମ ମେଡିସିନ ବିଭାଗର ୪ଜଣ ଡାକ୍ତର ପଜିଟିଭ ଚିହ୍ନଟ ହେବା ସହିତ ୩୦ଜଣ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇସାରିଲେଣି । ପାଖାପାଖି ୧୦ଜଣ ନର୍ସ ମଧ୍ୟ ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ଏ ସବୁ ଦୃଷ୍ଟିରୁ କଟକ ବଡ ଡାକ୍ତରଖାନାରେ ଆଗାମୀ ଦିନରେ ରୋଗୀ ସେବା ବ୍ୟାହତ ହେବାର ଆଶଙ୍କା ପ୍ରକାଶ କରାଯାଇଛି । ଏଣୁ କଟକ ବଡ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ଅଧିକ ସତର୍କତା ସହିତ ଡାକ୍ତରଖାନାକୁ ସାନିଟାଇଜ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ।

hiranchal ad1
Leave A Reply

Your email address will not be published.

thirteen + three =